ଆଜି ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଶ୍ରୀନଗର,୫।୫:   ଆଜି ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏହି ବୈଠକ ଉଭୟ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବା ସହ ବୈଠକରେ ପକ୍ଷ ରଖିବେ ଭାରତ ଓ ପାକିସ୍ତାନ । ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ସାବାଡ କରିବାକୁ ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ଭାରତ ସହିତ ଉତ୍ତେଜନାକୁ ଦୃଷ୍ଟିରେ ରଖି, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଜରୁରୀକାଳୀନ ଅଧିବେଶନ ଦାବି କରିଥିଲା। ଯାହା ଆଜି ଅର୍ଥାତ୍‌ ସୋମବାର ଏକ ବୈଠକ କରିବ। ଏହି ବୈଠକ ଏକ ବନ୍ଦ କୋଠରୀରେ ହେବାକୁ ଯାଉଛି। UNSCର ଅଧ୍ୟକ୍ଷତା କରୁଥିବା ଗ୍ରୀସ ଏହି ବୈଠକ ସ୍ଥିର କରିଛି। ବୈଠକରେ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ଉପରେ ଆଲୋଚନା କରାଯିବ। ବୈଠକ ପୂର୍ବରୁ ମଧ୍ୟ ଗ୍ରୀସର ସ୍ଥାୟୀ ପ୍ରତିନିଧି ଭାରତ ବିଷୟରେ କହିଥିଲେ ଯେ, ଭାରତ ନିଶ୍ଚିତ ଭାବରେ ପାକିସ୍ତାନ ଅପେକ୍ଷା ବହୁ ଗୁଣ ବଡ଼।ପାକିସ୍ତାନ ଏହି ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ପାଇଁ ଅନୁରୋଧ କରିବା ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମେ ୫ରେ ବୈଠକ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ଏକ ରୁଦ୍ଧ ପରାମର୍ଶ ବୈଠକ ହେବାକୁ ଯାଉଛି ।ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଉପରେ ‘ନିରପେକ୍ଷ ପରାମର୍ଶ ଅନୁରୋଧ କରିଛି ଇସଲାମାବାଦ । ପାଞ୍ଚଟି ଭିଟୋ କ୍ଷମତାସମ୍ପନ୍ନ ସ୍ଥାୟୀ ସଦସ୍ୟ ଭାବେ ଚୀନ୍‌, ଫ୍ରାନ୍ସ, ରୁଷ, ୟୁକେ ଏବଂ ଆମେରିକା ଦେଶ ରହିଥିବା ବେଳେ ଅସ୍ଥାୟୀ ଭାବେ ଆଲଜେରିଆ, ଡେନମାର୍କ, ଗ୍ରୀସ୍‌, ଗିଆନା, ପାକିସ୍ତାନ, ପାନାମା, ଦକ୍ଷିଣ କୋରିଆ, ସିଏରା ଲିଓନ, ସ୍ଲୋଭେନିଆ ଏବଂ ସୋମାଲିଆ ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!