ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଲେ ଆଇନମନ୍ତ୍ରୀ

ପୁରୀ,୫।୧୫: ମହାପ୍ରଭୁଙ୍କ ବଳକା ନବକଳେବର ଦାରୁରୁ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ । ମହାରଣା ସେବାୟତଙ୍କ ସହ କଥା ହେବା ପରେ ଏ କଥାରେ ସ୍ପଷ୍ଟତା ଆସିଛି । ରାମକୃଷ୍ଣ ଦାସମହାପାତ୍ର କହୁ କହୁ କହି ଦେଇଥିଲେ । ସେ ଭୁବନେଶ୍ୱରର ସୁଦର୍ଶନ ମହରଣାଙ୍କ ପାଖରେ ନିମ୍ବ କାଠରେ ମୂର୍ତ୍ତି ତିଆରି କରି ଦୀଘାରେ ଦେଇଥିଲେ । ଆଜି ଦୀଘା ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସତ୍ତ୍ୱଲିପି ଅନୁସାରେ ସମସ୍ତ ବଳକା ଦାରୁକାଠ ଦାରୁ ଘରେ ହିଁ ରହିବ ବୋଲି ସେ କହିଛନ୍ତି ।ଏହି ଆଲୋଚନା ମଧ୍ୟରେ ଶୁଣିବାକୁ ମିଳିଥିଲା ଯେ, ପୁରୀର ଜଗନ୍ନାଥ ମୂର୍ତ୍ତି ତିଆରି ବେଳେ ଯେଉଁ ଦାରୁ ବଳିଥିଲା ସେଥିରେ ଦୀଘା ମନ୍ଦିରର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି ହୋଇଛି। ତେବେ ବର୍ତ୍ତମାନ ଏହି କଥାକୁ ନେଇ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ।ସେ କହିଛନ୍ତି ଯେ, ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହୋଇଥିବା କଥା ମିଛ। ମହାରଣା ସେବକଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!