ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା କରିବ ଓଏସଏସସି

ଭୁବନେଶ୍ୱର,୫ା୫:  ଏପ୍ରିଲ 27 ତାରିଖ ପରୀକ୍ଷାକୁ ରଦ୍ଦ କଲା ଓଏସଏସସି । ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ କରାଯାଇଛି । ତେବେ ଆସନ୍ତା ଜୁଲାଇ 6 ତାରିଖରେ ସାନି ପରୀକ୍ଷା ନେଇ ସୂଚନା ଦିଆଯାଇଛି ।ଗତ 27 ତାରିଖରେ ଦୁଃଖ ପ୍ରକାଶ କରିଥିବା ବେଳେ ଆଜି ପୁଣି ଥରେ ପରିଚାଳନା ତ୍ରୁଟି ପାଇଁ ଦୁଃଖ ପ୍ରକାଶ କଲା ଓଏସଏସସି ।   ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇଥିବା କଥା କହିଥିଲେ ।ତେବେ ଏହି ଘଟଣାରେ ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଥିଲା । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ  । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍‌ କରିଥିଲେ । ତେବେ ସାନି ପରୀକ୍ଷା ନେଇ ଆଜି ଓଏସଏସସି ପକ୍ଷରୁ ନୋଟିସ୍ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!