ନୂଆଦିଲ୍ଲୀ,୫।୫: ପହଲଗାଓଁ ଆକ୍ରମଣ ପରେ ବିଭିନ୍ନ ରାଷ୍ଟ୍ର ଭାରତକୁ ମାପିଚୁପି ନିଜର ସମର୍ଥନ ଜଣାଉଛନ୍ତି। କିନ୍ତୁ ଏହି ସମୟରେ ଭାରତର ପ୍ରକୃତ ବନ୍ଧୁ ରୁଷ ଖୋଲାଖୋଲି ସମର୍ଥନ ଜଣାଇଛି। ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ରୁଷ ଘୋଷଣା କରିଛି। ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ପହଲଗାଓଁ ଆକ୍ରମଣକୁ ସେ ଦୃଢ଼ ଭାବେ ନିନ୍ଦା କରିବା ସହିତ ଏହା ପଛରେ ରହିଥିବା ଆତଙ୍କୀ, ଷଡ଼ଯନ୍ତ୍ରକାରୀଙ୍କୁ ନିହାତି ଭାବେ ଦଣ୍ଡିତ କରାଯିବା ଜରୁରୀ ବୋଲି ପୁଟିନ କହିବା ସହିତ ଏ କ୍ଷେତ୍ରରେ ଭାରତକୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ସୋମବାର କ୍ରେମଲିନ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମ ବୈଶାରଣ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିବାକୁ ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ବୋଲି କ୍ରେମଲିନ କହିଛି। ଚଳିତ ବର୍ଷ ଶେଷରେ ଭାରତ ଓ ଋଷ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପୁଟିନ ଭାରତ ଆସିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |