ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର(ହିର ଶଙ୍କର ପାତ୍ର),,୫।୫ :-ଆଜି ଦିନ 12ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହେଲା। ବ୍ଲକ ଅଧକ୍ଷା ବୀଣା ମାଝିଙ୍କ ଅଧକ୍ଷତା ରେ ଆୟୋଜିତ ବୈଠକ ରେ ଉପସ୍ଥିତି ଥିଲେ ଡାବୁଗାଁ ବିଡ଼ିଓ ଶରତ ମାଝୀ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଜିଲ୍ଲାପାରୁଷଦ ସଭ୍ୟ ଧନସିଂ ଭତ୍ରା ପିଇଓ ଏଡି ପ୍ରସାଦ,ସ୍ଥାନୀୟ ଅଂଚଳର ଜନପ୍ରତିନିଧି ମାନେ, ସମିତି ସଭ୍ୟ, ସମସ୍ତ ସରପଞ୍ଚ ଏବଂ ସରକାରୀ କର୍ମଚାରୀ ମାନେ। ଆଜି ଏହି ଅବସରରେ ଡାବୁଗାଁ ବ୍ଲକ ରେ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ବ୍ଲକ ଟପର ହୋଇଇଥିବା ଅରୁଣ ନାୟକ ସହ ବ୍ଲକରେ ଦ୍ୱତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କନ୍ୟାଶ୍ରମ ଏବଂ ବଡ଼ ଅଲମା ର ଦୁଇଜଣ ଛାତ୍ରୀଙ୍କୁ ଡାବୁଗାଁ ବିଡ଼ିଓ ଏବଂ ବ୍ଲକ ଅଧକ୍ଷା କିଛି ପୁରସ୍କାର ଦେଇ ସଂମ୍ମାନିତ କରିଥିଲେ। ଆଜିର କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହେଲା ସତ କିନ୍ତୁ ବ୍ଲକ ଅଧୀନ ଅଧିକାଂଶ ବିଭାଗର କର୍ମଚାରୀ ମାନେ ଆଜିର ବୈଠକ ରେ ଉପସ୍ଥିତି ନଥିଲେ। କାର୍ଯ୍ୟକ୍ରମ ମଧ୍ୟ ନିର୍ଧାରିତ ସମୟ ଠାରୁ ଦୁଇ ଘଣ୍ଟା ବିଳମ୍ବରେ କରାଗଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!