କାଲି ୪ଟାରେ ଭୁବନେଶ୍ୱରରେ ବାଜିବ ସାଇରନ୍

ଭୁବନେଶ୍ୱର, ୬।୫:ପହଲଗାମ ଆତଙ୍କବାଦୀ ଆକ୍ରମଣର ପରେ ଏକ ସମ୍ଭାବ୍ୟ ଯୁଦ୍ଧ ପାଇଁ କେନ୍ଦ୍ର ସରକାର ଏହି ପ୍ରସ୍ତୁତି କରୁଛନ୍ତି।ଏହି ମକ୍ ଡ୍ରିଲ୍ ୨୪୪ଟି ଜିଲାରେ ହେବ। ଯେଉଁଥିରେ ବ୍ଲାକଆଉଟ୍, ଆକାଶ ମାର୍ଗରେ ଆକ୍ରମଣ ଭୟରେ ସାଇରନ୍, ନିଷ୍କାସନ ଡ୍ରିଲ୍, ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ଛଦ୍ମବେଶ ସହିତ ନାଗରିକ ଅଂଶଗ୍ରହଣ ଭଳି କାର୍ଯ୍ୟକ୍ରମ ହେବ।ରାଜ୍ୟରେ ମକ୍‌ଡ୍ରିଲ୍‌ ନେଇ ଗୃହ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ସରିବା ପରେ ଯୁଦ୍ଧ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଡିଜିଙ୍କ କହିବାନୁସାରେ, ବୁଧବାର ଅପରାହ୍ନ ୪ଟାରେ ମକ୍‌ଡ୍ରିଲ ସାଇରନ୍‌ ବାଜିବ। ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ପର୍ଯ୍ୟାୟ ବୁଧବାର ଉପକୂଳବର୍ତ୍ତୀ ଜିଲା ଓ ସହରାଞ୍ଚଳରେ ମକ୍‌ଡ୍ରିଲ୍‌ କରାଯିବ। ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ସେ ବିଷୟରେ ଲୋକଙ୍କୁ ସଚେତନ କରାଯିବ। ପ୍ରାୟ ୫ ମିନିଟ୍‌ ଧରି ସାଇରନ୍‌ ବାଜିବ ଏବଂ ମକ୍‌ ଡ୍ରିଲ୍‌ ଆରମ୍ଭ ହେବ। ପୁଣି ସାଇରନ୍ ବାଜିଲେ ମକ୍‌ଡ୍ରିଲ୍‌ ଶେଷ ହେଲା ବୋଲି ଜଣାପଡ଼ିବ। ଏଥିରେ ସାଧାରଣତଃ କଂକ୍ରିଟ୍‌ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। ଏଥିସହ ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା କରାଯିବ।ସାଇରନ୍ ବାଜିବା ମାତ୍ରେ ସୁରକ୍ଷିତ ସ୍ଥାନକୁ ଚାଲିଯିବେ । ବୋମା ବର୍ଷଣକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହେବ ମକଡ୍ରିଲ୍ ।ଅପରାହ୍ଣ ୪ଟାରୁ ୪ଟା ୫ ପର୍ଯ୍ୟନ୍ତ ଲମ୍ବା ସାଇରନ୍ ବାଜିବ । ୧୫ ମିନିଟ୍ ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ନିବେଦନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!