ଭୁବନେଶ୍ବର,୬।୫: ଭଦ୍ରକ ହଳଦିଡ଼ିହ ବାଇପାସ ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ । ତେବେ ଭୟଙ୍କର ବାଣ ବିସ୍ଫୋରଣରେ ଘରର ଛାତ ଉଡିଯାଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ନିକଟରେ ଥିବା ଘର ଝରକାର କାଚ ଭାଙ୍ଗିଯାଇଥିବା ଜଣାପଡିଛି ।ଭଦ୍ରକ ପୁରୁଣା ବଜାର ଥାନା ହଳଦୀଡିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ଏଥିରେ ୧୧ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।ଆଜି ସକାଳ ପ୍ରାୟ ୯ ଟା ସମୟରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ହଳଦୀ ଡିହ ବାଇପାସ ନିକଟରେ ଥିବା ବାଣ ଗୋଦାମରେ କୌଣସି କାରଣବଶତଃ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଥିଲେ ଯେ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ବିସ୍ପୋରଣ ଘଟିଛି। ଏହି ବିସ୍ଫୋରଣରେ ବାଣ ଗୋଦାମ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ବାଣ ଭିଡୁ ଥିବାବେଳେ ବିସ୍ପୋରଣ ଘଟିଥିବା ନେଇ ସ୍ଥାନୀୟଲୋକେ କହିଛନ୍ତି। ତେବେ ଏହି ଗୋଦାମରେ କାମ କରୁଥିବା ପାଖାପାଖି ୧୧ ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତରଙ୍କୁ ଭଦ୍ରକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |