ଡ୍ରେନରେ ମଇଳା ପାଣି ଏବଂ କାଦୁଅ ଜମିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବଜାରଦାଣ୍ଡ ସାହି ବାସିନ୍ଦା, ପ୍ରଶାସନ ବି ଶୁଣୁନି ଦୁଃଖ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର),୬।୫:-ଡାବୁଗାଁ ସଦର ମହକୁମା ସ୍ଥିତ ଡାବୁଗାଁ ମେଡ଼ିସିଲା ଆଗରେ ଥିବା ବଜାରଦାଣ୍ଡ ସାହି ଯାହାକୁ ଅଳିଆ ଗଦା କହିଲେ କିଛି ଖରାପ ହେବ ନାହିଁ। କାରଣ ଅଳ୍ପ ବର୍ଷା ହେଲେ ସାହି ରେ ଥିବା ଘର ଗୁଡିକ ଭିତରେ ପଶୁଛି ଡ୍ରେନର ମଇଳା ପାଣି ଓ ପଚାସଦା କାଦୁଅ। ଡ୍ରେନ ସଫା କରିବା ପାଇଁ ସାହି ବାସିନ୍ଦା ବାରମ୍ବାର ସ୍ଥାନୀୟ ପ୍ରଶାସନ କୁ ଗୁହାରି କଲେ ବି ପ୍ରଶାସନ ଶୁଣୁନି ତାଙ୍କ ଦୁଃଖ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେତେବେଳେ ପ୍ରଶାସନ ଦୁଃଖ ବୁଝୁନି ତ ଦୁଃଖ ବୁଝିବ କିଏ??? ଏହି ସାହିରେ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ସମ୍ପୂର୍ଣ ଫେଲ ମାରୁଛି। ଯେଭଳି କାଦୁଅ ପଚିଶଡି ଯାଇଛି ଏବଂ ଅଳିଆ ଚାରିଆଡେ ପଡି ରହିଛି ଏହାକୁ ଦେଖିଲେ ଲାଗୁଚି ଏହି ସାହିରେ ରହୁଥିବା ଲକଙ୍କୁ ଡେଙ୍ଗୁ ମେଲେରିଆ ହବାର ସମ୍ଭାବନା ଅଧିକ ରହୁଛି। ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ଆଜି ଦିନ 12 ଘଣ୍ଟା ସମୟରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସାହି ବାସିନ୍ଦା। ଏହି ଘଟଣା ବିଷୟରେ ପଚାରିବା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନିକ ଅଧିକାରୀ ବିଡିଓଙ୍କୁ ଯୋଗାଯୋଗ କରିବା ପାଇଁ ବାରମ୍ବାର ଚେଷ୍ଠା କରିଥିଲୁ କିନ୍ତୁ ଯଗାଯୋଗ ହୋଇ ପାରିଲା ନାହିଁ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!