ଦେଶର ୨୪୪ ଟି ଜିଲ୍ଲାରେ ମକ୍ ଡ୍ରିଲ ଆରମ୍ଭ

ଭୁବନେଶ୍ୱର,୭ା୫: ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍‌ ଡ୍ରିଲ୍‌। ରାଜଧାନୀ ଭୁବନେଶ୍ୱରରେ ବାଜିଲା ସାଇରନ। ଏଥିସହିତ ଏକାସାଙ୍ଗରେ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ମଧ୍ୟ ଏହି ଯୁଦ୍ଧ ସାଇରନ ବାଜିଛି। ବୋମା ବର୍ଷଣ ବେଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକ୍‌ଡ୍ରିଲ୍‌। ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି  ପରାମର୍ଶ ଦିଆଯାଇଛି। ପୁଣି ଥରେ ୪ ଟା ୩୦ ମିନିଟ୍‌ ସମୟରେ ପୁନର୍ବାର ଶେଷ ଆଲର୍ଟ ନିମନ୍ତେ ଆଉ କିଛି ଗୋଟିଏ ସାଇରନ ବଜିବ। ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରି ଜନ ସଚତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ବାଜିଲା ଯୁଦ୍ଧ ସାଇରନ୍। ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍। ସୁରକ୍ଷିତ ସ୍ଥନକୁ ଚାଲିଯିବାକୁ ଦିଆଗଲା ନିର୍ଦ୍ଦେଶ। ନିଜ ଜୀବନ ବଞ୍ଚାଇବାକୁ ଦିଆଗଲା ନିର୍ଦ୍ଦେଶ। ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ମକ୍ ଡ୍ରିଲ।ବୋମା ବର୍ଷ ବେଳେ କ’ଣ କରିବେ ସେନେଇ ଦିଆଗଲା ପରାମର୍ଶ। ଆତସବାଜୀ ଯନ୍ତ୍ରରେ ଘନ ଘନ ପୋଲିସର ସୂଚନା।  ଯୁଦ୍ଧ ବେଳେ କିପରି ଆତ୍ମରକ୍ଷା କରିପାରିବ ସେନେଇ ହେଉଛି ମକ୍ ଡ୍ରିଲ। ନିଆଁ ଲାଗିଲେ କ’ଣ କରିବେ? କିପରି ନିଜେ ଏବଂ ପରିବାରକୁ ସୁରକ୍ଷିତ ରଖିବେ ସେନେଇ ଶିଖାଯାଉଛି କୌଶଳ।ଦେଶର ୨୪୪ଟି ଜିଲ୍ଲାରେ ବାଜିଲା ଯୁଦ୍ଧ ସାଇରନ୍। ଆରମ୍ଭ ହେଲା ମକ୍ ଡ୍ରିଲ୍। ଭୁବନେଶ୍ୱର ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ଆରମ୍ଭ ହେଲା ମକ୍ ଡ୍ରିଲ୍। ମକ୍ ଡ୍ରିଲ ସ୍ଥାନରେ ନିୟୋଜିତ ରହିଛି ଆମ୍ୱୁଲାନ୍ସ। ଏବଂ ଶିଖାଯାଉଛି ଯୁଦ୍ଧ ବେଳେ ଯଦି ବୋମା ପଡେ କିମ୍ୱା କୌଣସି ଅଘଟଣ ଘଟେ ତାହାଲେ କିପରି ଆମ୍ୱୁଲାନ୍ସର ସହାୟତା ନିଆଯିବ।ଦେଶର ୨୪୪ ଜିଲ୍ଲାରେ ସିଭିଲ୍ ଡିଫେନ୍ସ ମକଡ୍ରିଲ। ରାଜମହଲ ଛକରେ ମକଡ୍ରିଲ। ସୁରକ୍ଷିତ ରହିବାକୁ ବାଜିଲା ସାଇରନ୍। ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!