ନୂଆଦିଲ୍ଲୀ, ୭।୫: ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ରାତିରେ ‘ଅପରେଶନ ସିନ୍ଦୂର’ ନାମକ ଏକ ବଡ଼ ସାମରିକ କାର୍ଯ୍ୟ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀର (ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ବିମାନ ହମଲା କରିଛି। ଏହି ହମଲା ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲାର ପ୍ରତିଶୋଧ ସ୍ବରୂପ, ଯେଉଁଥିରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଏବଂ କାଶ୍ମୀର (POJK)ରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ଭାରତୀୟ ସେନା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ସହିତ କରାଯାଇଥିବା ଏହି ଆକ୍ରମଣକୁ ଏକ ବିନା ପ୍ରରୋଚନାରେ କାର୍ଯ୍ୟାନୁଷ୍ଠାନ ବୋଲି ବର୍ଣ୍ଣନା କରିଛି। ସେନା ସ୍ପଷ୍ଟ କରିଛି ଯେ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଜବାବରେ, ଭାରତ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଆଧାରରେ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଘାଟି ଉପରେ ଆକ୍ରମଣ କରିଥିଲା।ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଟାର୍ଗେଟ ଆକ୍ରମଣ କରି ପହଲଗାଓଁ ଆତଙ୍କୀ ହମ୍ଲାର ପ୍ରତିଶୋଧ ନେଇଛି। ଭାରତୀୟ ସେନା ଦ୍ବାରା ଅଧ ରାତିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ଏକାଧିକ ଠିକଣା ଓ ମୁଖ୍ୟାଳୟ ଧ୍ବଂସ ହୋଇଯାଇଛି। ଭାରତୀୟ ସେନାର ସୂଚନା ମୁତାବକ, ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରପକ୍ଷେ ପାକିସ୍ତାନ ମଧ୍ୟ ସ୍ବୀକାର କରିଛି ଯେ, ଏହି ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟିଛି, କିନ୍ତୁ ସେ ସେମାନଙ୍କୁ ସାଧାରଣ ନାଗରିକ ବୋଲି ପ୍ରଚାର କରୁଛି। ଇତି ମଧ୍ୟରେ ପାକିସ୍ତାନ ସେନା ମୁଖପାତ୍ରଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଧମକ ଦେଇ କହିଛନ୍ତି ଯେ, ଆମେ ସଠିକ୍ ସମୟରେ ଭାରତକୁ ଜବାବ ଦେବୁ। ସେ କହିଛନ୍ତି, ଆମେ ଭାରତକୁ ଜବାବ ଦେବୁ, କିନ୍ତୁ ସମୟ, ସ୍ଥାନ ଓ ଉପାୟ ଆମର ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |