ପାକିସ୍ତାନରେ ଅପରେସନ ସିନ୍ଦୂର ଆକ୍ରମଣ ପରେ ଆଗ୍ରାରେ ହାଇ ଆଲର୍ଟ

ନୂଆଦିଲ୍ଲୀ,,୮।୫: ଅପରେସନ ସିନ୍ଦୂର ପରେ ଆଗ୍ରାରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ସେନା ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗ୍ରାରେ ହାଇ ଆଲର୍ଟ ଘୋଷଣା ହେବାପରେ  ପୁଲିସ ମିଶ୍ରିତ ଜନବସତି ଥିବା ଅଞ୍ଚଳରେ ପାଦରେ ଚାଲିଚାଲି ପାଟ୍ରୋଲିଂ କରି  ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲା।କେବଳ ଏତିକି ନୁହେଁ ଏହି ବୈଠକରେ ସୋସିଆଲ ମିଡିଆ ସେଲକୁ ୨୪ ଘଣ୍ଟା ସକ୍ରିୟ ରହିବାକୁ କୁହାଯାଇଛି। ଯେଉଁ ପରିବାରର ସମ୍ପର୍କୀୟମାନେ ପାକିସ୍ତାନରେ ରହୁଛନ୍ତି ସେମାନଙ୍କ ସହିତ କୌଣସି ଭିଡିଓ ସେୟାର କରନ୍ତୁ ନାହିଁ ଯାହା ସମସ୍ୟା ସୃଷ୍ଟି କରିବ।  ସୋସିଆଲ ଭାଇରାଲ୍ ମେସେଜ୍ ଏବଂ ଭିଡିଓ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସୋସିଆଲ ମିଡିଆ ସେଲକୁ ନିର୍ଦ୍ଦେଶ ଦିଆଯାଇଛି।ଏଥିସହିତ ଲୋକଙ୍କୁ ଅନୁରୋଧ କରି କୁହାଯାଇଛି ଯେ ସେନା ଗତିବିଧିର କୌଣସି ଭିଡିଓ ତିଆରି କରନ୍ତୁ ନାହିଁ  କି ଏହାକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!