ପାରାଦୀପ, ୧୪।୫: ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ଥିବ ନେଇ ସୂଚନା । ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ଦିଆଯାଇଛି। ତେବେ ଏନେଇ ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ ମଧ୍ୟ କରିଛି ପାରାଦୀପ ଇମିଗ୍ରେସନ ବିଭାଗ । ପଣ୍ୟ ଖଲାସ ନ ହେବା ଯାଏଁ ଜାହାଜକୁ ଜଗି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନୀ କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି କଡ଼ା ନଜର ରଖିବେ ବୋଲି ମଧ୍ୟ କୁହାଯାଉଛି। ପାରାଦୀପ ପୋର୍ଟ SPMରେ ଲାଗିଛି ହଂକଂ ଫ୍ଲାଗସିପ୍ ଜାହାଜ । ଦକ୍ଷିଣ କୋରିଆରୁ ଅଶୋଧିତ ତେଲ ନେଇ ଆସିଥିଲା ଏହି ଜାହାଜ। ଏହି ଜାହାଜରେ ୨ଜଣ ଭାରତୀୟ, ଜଣେ ଥାଇଲାଣ୍ଡ ନାଗରିକ ମଧ୍ୟ ଅଛନ୍ତି। ଏ ନେଇ ମେରାଇନ ପୋଲିସକୁ ଅବଗତ କରାଯାଇଛି। ସିଆଇଏସଏଫ୍, କଷ୍ଟମ ବିଭାଗକୁ ମଧ୍ୟ ଅବଗତ କରାଯାଇଛି।୨୨ ଅପ୍ରେଲରେ ପହଲଗାମରେ ଘଟିଥିବା ଆତଙ୍କୀ ହମଲା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏହାପରେ ଭାରତରେ ପାକିସ୍ତାନୀଙ୍କୁ ନେଇ କଡ଼ା କଟକଣା ଜାରି ହୋଇଛି। କିନ୍ତୁ ବର୍ତ୍ତମାନ ଏହି ପାକିସ୍ତାନୀ ରାଜ୍ୟର ପାରାଦୀପ ବନ୍ଦରରେ ପହଞ୍ଚିଛନ୍ତି।ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ ISIର ଗୁପ୍ତଚର। ପାକିସ୍ତାନ ହାଇକମିଶନରେ ନିଯୁକ୍ତ ପାକିସ୍ତାନୀ ଅଧିକାରୀଙ୍କୁ ‘ପର୍ସନା ନନ୍ ଗ୍ରାଟା’ ଘୋଷଣା କରିଛି ଭାରତ। ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି। ତାଙ୍କ ନାଁ ଏହେସାନ ଉର ରହିମ୍ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |