ଭୁବନେଶ୍ୱର, ୧୪।୫:ଶିକ୍ଷକ ବଦଳି ପାଇଁ ସୁପାରିଶ କରି ପାରିବେ ସାଂସଦ ଓ ବିଧାୟକ। ଏଥିପାଇଁ ସାଂସଦ ଏବଂ ବିଧାୟକଙ୍କ ସୁପାରିଶ କ୍ଷମତା ବୃଦ୍ଧି କରାଯାଇଛି। ଗୋଟିଏ ଶିକ୍ଷା ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଧିକ ୧୫ ଜଣଙ୍କୁ ଜିଲ୍ଲା ଭିତରେ ବଦଳି ପାଇଁ ସୁପାରିସ କରିପାରିବେ ସାଂସଦ ଓ ବିଧାୟକ। ମେ’ ୧୫ରୁ ଜୁନ୍ ୧୫ ମଧ୍ୟରେ ଶିକ୍ଷକ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ । ଶିକ୍ଷକ ବଦଳି ସୁପାରିସ କରିପାରିବେ ଏମପି/ବିଧାୟକ ।ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି ସୁପାରିସ କରିପାରିବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦୋକଙ୍କୁ ଚିଠି ଲେଖାଯାଇଥିବା ସୂଚନା । ନିଜ ନିର୍ବାଚନ ମଣ୍ଡଳୀରେ ବଦଳି ସୁପାରିସ କରିପାରିବେ ବିଧାୟକ ଏବଂ ସାଂସଦ ।ଚଳିତ ମାସ ୧୫ରୁ ଜୁନ ୧୫ ତାରିଖ ଭିତରେ ଲୋକସଭା ସାଂସଦ ଓ ବିଧାୟକ ଜିଲ୍ଲାପାଳଙ୍କୁ ତାଲିକା ଦେବେ। ସେହିପରି ରାଜ୍ୟସଭା ସାଂସଦ ମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଷ୍ଟ ପଠାଇବେ। ଆଉ ଏହି ସମୟ ଭିତରେ ହୋଇଥିବା ସୁପାରିଶ ଆଧାରରେ ହିଁ ବଦଳି କରାଯାଇପାରିବ ବୋଲି ଏ ସଂପର୍କିତ ଏକ ଚିଠିରେ ଉଲ୍ଲେଖ କରିଛି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |