ଭୁବନେଶ୍ବର,୧୭ା୫: ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍ଘାଟନ ହେବ।ଟାଟାର ପ୍ରକଳ୍ପ ଦ୍ୱାରା ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ଏ ନେଇ ସୂଚନା ଦେଇଛନ୍ତି, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।ମୋଟ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ବ୍ରେକିଂ ଉଦଘାଟନ ହେବ । କେବଳ ଏମଓୟୁ ନ କରି କାର୍ଯ୍ୟ ଜାରି ରଖିଛନ୍ତି ରାଜ୍ୟ ସରକାର ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ।ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍ଘାଟନ ହେବ। କେବଳ ଟାଟା କଂପାନିର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ ବୁଝାମଣାପତ୍ର ସ୍ବାକ୍ଷର (ଏମ୍ଓୟୁ) ନ କରି ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଛନ୍ତି। ଜେଏସ୍ଡବ୍ଲ୍ୟୁ ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆଗକୁ ଗ୍ରାଉଣ୍ଡିଂ ହେବ। ଜଗତସିଂପୁରରେ ପୋସ୍କୋ ସ୍ଥାନରେ ଜେଏସ୍ଡବ୍ଲ୍ୟୁ ପ୍ଲାଣ୍ଟ କରୁଛି। କାମ ଆରମ୍ଭ ହେଲାଣି। ଏଏମ୍ଏନ୍ଏସ୍ ପାରାଦ୍ଵୀପରେ କାମ ଆରମ୍ଭ କରିଛି। କେନ୍ଦ୍ରାପଡ଼ାରେ କାମ ଜାରି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |