ଭୁବନେଶ୍ୱର,୧୭ା୫: ଭୁବନେଶ୍ୱରସ୍ଥିତ ବାଲିଅନ୍ତା, ହଳଦୀପଡିଆ ଓ ଫୁଲେଶ୍ଵରୀ ବସ୍ତିରେ ଜବତ ହୋଇଛି ପ୍ରଚୁର ପରିମାଣର ଦେଶୀ ମଦ। ଅବକାରୀ ବିଭାଗ ଏଠାରେ ଚଢ଼ାଉ କରିବା ସହିତ 5ଜଣଙ୍କୁ ଗିରଫ କରିଛି।ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳୁ ଉକ୍ତ ସ୍ଥାନଗୁଡିକରେ ଚଢାଉ କରାଯାଇଥିଲା। ଏ ନେଇ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯଇଛି।ଦେଶୀ ମଦ କାରବାରରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ବିଭାଗ ସନ୍ଦେହ କରୁଥିବାବେଳେ ଆଗମୀଦିନରେ ଏହି ଚଢ଼ାଉ ଜାରି ରହିବ। ରାଜ୍ୟରୁ ଚୋରା ମଦ କାରବାର ରୋକିବା ପାଇଁ ବିଭାଗ ଅଂଟା ଭିଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |