ନୂଆଦିଲ୍ଲୀ,୧୭ା୫:ସାଟେଲାଇଟ ମାଧ୍ୟମରେ ଶତ୍ରୁମାନଙ୍କ ଉପରେ ନଜର ରଖିବ ଇସ୍ରୋ( ISRO) । ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠ) ର ପିଏସ୍ଏଲ୍ଭି-ସି୬୧/ଇଓଏସ-୦୯(PSLV-C61/EOS-09)ମିଶନ ଉତ୍କ୍ଷେପଣ ତାରିଖ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଆସନ୍ତା 18 ତାରିଖ ସକାଳ 5.59ରେ ସତୀଶ ଧୱନ ମହାକାଶ କେନ୍ଦ୍ର ଶ୍ରୀହରିକୋଟାରୁ ଏହା ଲଞ୍ଚ୍ ହେବ । ଏହା ଇସ୍ରୋର 101ତମ ଉତ୍କ୍ଷେପଣ । ଏହି ମିଶନ ପୃଥିବୀ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବ ଏବଂ ବିଶେଷକରି ଭାରତର ସୀମାବର୍ତ୍ତୀ ଅଞ୍ଚଳର ହାଇ-ରିଜୋଲ୍ୟୁସନ୍ ରାଡାର ପ୍ରତିଛବି ପ୍ରଦାନ କରିବ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏକ ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି ଯାହାକି ଘନ ବାଦଲ ଏବଂ ରାତି ସମୟରେ ମଧ୍ୟ ନିରୀକ୍ଷଣ କାର୍ଯ୍ୟ ସଫଳତାର ସହ କରିପାରିବ। ଏହା ଭାରତର ଉପଗ୍ରହ ଆଧାରିତ ନିରୀକ୍ଷଣ କ୍ଷମତାକୁ ଆହୁରି ମଜବୁତ କରିବ।ଆସନ୍ତାକାଲି (ରବିବାର) ସକାଳ ୫.୫୯ ମିନିଟ୍ରେ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତକ୍ଷେପଣ କରାଯିବ। ରାଡାର ଉପଗ୍ରହକୁ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (PSLV)ରେ କକ୍ଷପଥକୁ ପଠାଯିବ। ଇସ୍ରୋ ଦ୍ୱାରା ଏକ ବଡ଼ ରକେଟ୍ର ୧୦୧ତମ ଉତକ୍ଷେପଣରେ ୧ ହଜାର ୬୯୬ କିଲୋଗ୍ରାମ ଓଜନର ଇଓଏସ – ୯ ରାଡାର ଇମେଜିଙ୍ଗ୍ ଉପଗ୍ରହ ପୃଥିବୀ ପୃଷ୍ଠରୁ ୫୦୦ କିଲୋମିଟର ଉପରେ ଅବସ୍ଥାପିତ ହେବ।ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଗୁପ୍ତଚର ଉପଗ୍ରହ ବେଙ୍ଗାଲୁରୁରେ ଥିବା ଇସ୍ରୋର ୟୁଆର ରାଓ ଉପଗ୍ରହ କେନ୍ଦ୍ର ଦ୍ୱାରା ଡିଜାଇନ୍ କରାଯାଇଛି। ଏଥିରେ ଏକ ସି-ବ୍ୟାଣ୍ଡ ସିନ୍ଥେଟିକ୍ ଆପେଚର ରାଡାର୍ ସଂଲଗ୍ନ କରାଯାଇଛି, ଯାହା ସମସ୍ତ ପାଣିପାଗ ସ୍ଥିତିରେ ଏବଂ କମ୍ ଆଲୋକରେ ମଧ୍ୟ ପୃଥିବୀ ପୃଷ୍ଠର ଉଚ୍ଚ-ରିଜୋଲ୍ୟୁସନ୍ ଫଟୋ ଉଠାଇବାକୁ ସକ୍ଷମ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |