ନୂଆଦିଲ୍ଲୀ,୧୭ା୫: ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି।ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରି ଜଣେ ମହିଳା ୟୁଟ୍ୟୁବର ଗିରଫ ହୋଇଛନ୍ତି। ସେ ହେଲେ ଜ୍ୟୋତି ମାଲହୋତ୍ରା। ହରିୟାଣାର ହିସାରରୁ ସିଭିଲ ଲାଇନ୍ସ ପୁଲିସ ତାଙ୍କୁ ଗିରଫ କରିଛି। ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସମ୍ବେଦନଶୀଳ ସୂଚନା ଦେବାର ଗମ୍ଭୀର ଅଭିଯୋଗ ରହିଛି। ୨୦୨୩ ମସିହାରେ ଜ୍ୟୋତି ମାଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇଥିଲେ ଏବଂ ସେ ସେଠାକୁ ଯାଇଥିଲେ। ଏହି ସମୟ ମଧ୍ୟରେ, ସେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଏହିଠାରୁ ତାଙ୍କର ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଜ୍ୟୋତି ନିୟମିତ ଯୋଗସୂତ୍ର ରକ୍ଷା କରିବା ସହିତ ଭାରତ ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପ, ଟେଲିଗ୍ରାମ ଏବଂ ସ୍ନାପଚାଟ୍ ଜରିଆରେ ସେ ଏହି ତଥ୍ୟ ପ୍ରଦାନ କରୁଥିଲେ।ଜ୍ୟୋତିଙ୍କର ‘ଦେଶୀ ଇଣ୍ଡୋ ଜୋ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ସେ ଅନେକ ସମୟରେ ବିଦେଶ ଗସ୍ତ କରନ୍ତି। ପାକିସ୍ତାନକୁ ମଧ୍ୟ ଏକାଧିକ ଥର ଗସ୍ତ କରିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତରେ ପାକିସ୍ତାନର ଏକ ସକରାତ୍ମକ ଛବି ସୃଷ୍ଟି କରିବାକୁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା ବୋଲି ଜଣାପଡ଼ିଛି।ଜ୍ୟୋତି ପ୍ରଥମେ ପାକିସ୍ତାନ ଯାଇଥିବା ସମୟରେ ଅହଶନ ଉର ରହିମ ଓରଫ ଦାନିଶ ନାମକ ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ। ଭାରତ ଫେରିବା ପରେ ବି ସେ ଦାନିସ ସହ ଯୋଗାଯୋଗରେ ରହିଥିଲେ।୨ୟ ଥର ପାକ୍ ଗସ୍ତ କରିବା ସମୟରେ ଅଶନ ଜରିଆରେ ସେ ଅଲି ଅହଶନ ନାମକ ଅନ୍ୟ ଜଣେ ବ୍ୟକ୍ତି ସହ ପରିଚିତ ହୋଇଥିଲେ। ଅଲି ଅହଶନ ଜ୍ୟୋତିଙ୍କୁ ଆଇଏସଆଇର ସଦସ୍ୟ ସହିତ ପରିଚିତ କରାଇଥିଲା। ଏହା ପରଠାରୁ ଜ୍ୟୋତି ଭାରତ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆଇଏସଆଇକୁ ପ୍ରଦାନ କରିବା ଆରମ୍ଭ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |