ପୁରୀ,୧୭ା୫ : ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି।ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି କୋଟିକୋଟି ଜନତାଙ୍କର ଭକ୍ତି ରହିଛି। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର କିଲୋମିଟର ଦୂରରୁ ପୁରୀ ଆସିଥାନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଅପୂର୍ବ ସୌଭାଗ୍ୟଲାଭ କରୁଥିବା ଭକ୍ତ ହିଁ କହିପାରିବେ ମହାପ୍ରସାଦର ମହାତ୍ମ୍ୟ। ବହୁଦୂରଦରାନ୍ତରୁ ଛୁଟିଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଆନନ୍ଦବଜାରରେ ଶ୍ରଦ୍ଧାର ସହିତ ମହାପ୍ରସାଦ ସେବନ କରିବା ଦୃଶ୍ୟ ଆଉ କେଉଁଠି ଦେଖିବାକୁ ମିଳିବ ନାହିଁ। ତେବେ ମହାପ୍ରସାଦର ମହାତ୍ମ୍ୟକୁ କିଛି ଲୋକ ବୁଝିପାରନ୍ତି ନାହିଁ। ପୁରୀର ଏକ ତାରକା ହୋଟେଲ ଡାଇନିଂରେ କିଛି ପର୍ଯ୍ୟଟକ ବସି ମହାପ୍ରସାଦ ସେବନ କରୁଥିବାର ଦେଖାଦେଇଛି। ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି। କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁଙ୍କ ମହାପ୍ରସାଦ ଦୁର୍ମୂଲ୍ୟ ହୋଇଥିବା ବେଳେ ଏଭଳି କାର୍ଯ୍ୟ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଉଛି। ଡାଇନିଂରେ ବସି ଖାଉଥିବା ପର୍ଯ୍ୟଟକ ହେଉଛନ୍ତି ଓଡ଼ିଆ। ଓଡ଼ିଆ ହୋଇ କିପରି ମହାପ୍ରଭୁଙ୍କ ମହାପ୍ରସାଦଙ୍କୁ ଅସମ୍ମାନ କଲେ ତାହା ଏବେ ଚର୍ଚ୍ଚା ବିଷୟ ପାଲଟିଥିବାବେଳେ ମହାପ୍ରସାଦ ପରଷୁଥିବା ଜଣେ ବ୍ରାହ୍ମଣ l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳେ ମହାପ୍ରସାଦ ସେବନରେ ସେତିକି ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜଣେ ଓଡ଼ିଆ ଓ ବ୍ରାହ୍ମଣ ମହାପ୍ରସାଦକୁ ନେଇ ଅସମ୍ମାନ କରୁଥିବା ନେଇ ସାଧାରଣରେ ନିନ୍ଦା କରାଯାଇଛି ଏହାକୁ ନେଇ ସେବାୟତ ମହଲରେ କ୍ଷଭ ପ୍ରକାଶ ପାଇଛି।ଆନନ୍ଦବଜାରରୁ ଏହାକୁ ନେଇଯାଇ ଶ୍ରଦ୍ଧା ଓ ସମ୍ମାନର ସହିତ ସେବନ କରନ୍ତି ନାହିଁ। କିଛି ଲୋକ ହୋଟେଲର ଡାଇନିଂ ଟେବୁଲରେ ମଧ୍ୟ ମହାପ୍ରସାଦ ସେବନ କରିଥାନ୍ତି, ଯାହାକି ପରଂପରା ବିରୋଧୀ। ଏହିଭଳି ମାମଲା ଏବେ ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |