ଭୁବନେଶ୍ୱରରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଶାଖା

ଭୁବନେଶ୍ୱର,୧୮।୫: ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଶାଖା ଖୋଲିବ। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଶାଖା ଖୋଲିବ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଭୁବନେଶ୍ୱର ଏନଆଇଏ ଶାଖା ପ୍ରାରମ୍ଭିକ ଭାବେ ଭିଏସଏସ ନଗରରେ କାମ କରିବ। ଜଣେ ଏସପି ପାହ୍ୟାର ଅଧିକାରୀ ଏନଆଇଏ ଶାଖାର ମୁଖ୍ୟ ରହିବେ ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ ସଂସ୍ଥା, ଯାହା ୨୦୦୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହାର ପ୍ରାଥମିକ ଭୂମିକା ହେଉଛି ଆତଙ୍କବାଦ ସହିତ ଜଡିତ ଅପରାଧ ଏବଂ ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଷୟଗୁଡ଼ିକର ତଦନ୍ତ ଏବଂ ବିଚାର କରିବା। ଏନଆଇଏ ମଧ୍ୟ ଆତଙ୍କବାଦୀ ନେଟୱାର୍କଗୁଡ଼ିକୁ ଭାଙ୍ଗିବା ଉପରେ ଲକ୍ଷ୍ୟ ରଖିଥାଏ।ଜାତୀୟ ତଦନ୍ତ ସଂସ୍ଥା)ର ସାରା ଭାରତରେ ୧୯ଟି ଶାଖା କାର୍ଯ୍ୟାଳୟ ଅଛି। ଏନଆଇଏ ମୁଖ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ। ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦ ବିପଦକୁ ମୁକାବିଲା କରିବା ପାଇଁ ଏହି ଶାଖା କାର୍ଯ୍ୟାଳୟଗୁଡ଼ିକ ରଣନୀତିକ ଭାବରେ ଅବସ୍ଥିତ।ହାଇଦ୍ରାବାଦ, ଗୌହାଟୀ, କୋଚି, ଲକ୍ଷ୍ନୌ, ମୁମ୍ବାଇ, କୋଲକାତା, ରାୟପୁର, ଜମ୍ମୁ, ଚଣ୍ଡିଗଡ଼, ରାଞ୍ଚି, ଚେନ୍ନାଇ, ଇମ୍ଫାଲ, ବେଙ୍ଗାଲୁରୁ, ପାଟନା, ଜୟପୁର, ଭୋପାଳ ଏବଂ ଅହମ୍ମଦାବାଦ ଏନଆଇଏ ଶାଖା କାର୍ଯ୍ୟାଳୟ ରହିଛି। ଏବେ ଏନଆଇଏ ଶାଖା କାର୍ଯ୍ୟାଳୟ ଭୁବନେଶ୍ଵରରେ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!