ନୂଆଦିଲ୍ଲୀ ୧୯।୦୫ : ପୋଲାଭରମ ବିବାଦ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ସାମିଲ । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପୋଲାଭାରମ ବିବାଦ ନେଇ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା । ଚଳିତ ମାସ ୨୮ ତାରିଖରେ ପୋଲାଭରମ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଆନ୍ଧ୍ର,ତେଲେଙ୍ଗାନା, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିବାକୁ ଯାଉଛନ୍ତି।ଦୀର୍ଘ ଦିନ ଧରି ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଓଡିଶା ମଧ୍ୟରେ ପୋଲାଭରମ୍ ପ୍ରକଳ୍ପ ନେଇ ବିବାଦ ଲାଗିରହିଛି । ଖାସ୍ କରି ପ୍ରକଳ୍ପର ଉଚ୍ଚତା ଏବଂ ନିର୍ମାଣକୁ ଓଡିଶା ବାରମ୍ବାର ଅଭିଯୋଗ କରିଆସୁଛି । ତାପରେ ବି କୌଣସି ସମାଧାନ ହୋଇପାରୁନଥିଲା । ଶେଷରେ ପ୍ରଧାନମନ୍ତ୍ରୀ ଏହି ବିବାଦରେ ହସ୍ତକ୍ଷେପ କରିଛନ୍ତି । ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସବୁ ରାଜ୍ୟ ନିଜ ନିଜ ପକ୍ଷ ରଖିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |