‘ସଂସଦ ରତ୍ନ-୨୦୨୫’ରେ ସମ୍ବର୍ଦ୍ଧିତ ହେବେ ୧୭ ଜଣ ସାଂସଦ

ନୂଆଦିଲ୍ଲୀ ,୧୮।୫: ସଂସଦ ରତ୍ନ ୨୦୨୫ ପୁରସ୍କାର ଘୋଷଣା ହୋଇଛି। ଦେଶର ୧୭ ଜଣ ସାଂସଦଙ୍କୁ ଚଳିତ ବର୍ଷ ଏହି ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ। ଏଥିରେ କେବଳ ମହାରାଷ୍ଟ୍ରରୁ ୭ ଜଣ ସାଂସଦ ସମ୍ମାନୀତ ହେବେ ବୋଲି ଜଣାପଡିଛି। ମହାରାଷ୍ଟ୍ରର ଯେଉଁ ସବୁ ସାଂସଦ ଏହି ପୁରସ୍କାର ପାଇବେ ସେମାନଙ୍କ ମଧ୍ୟରେ ସୁପ୍ରିୟା ସୁଲେ ଓ ଶ୍ରୀରଙ୍ଗ ବାରଣେ ମଧ୍ୟ ସମ୍ବର୍ଦ୍ଧିତ ହେବେ। ‘ପ୍ରାଇମ ପଏଣ୍ଟ ଫାଉଣ୍ଡେସନ’ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରିଆସୁଛନ୍ତି। ଲଗାତାର ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ସାଂସଦଙ୍କୁ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଏ। ସଂସଦ ରତ୍ନ ପୁରସ୍କାର ନିମନ୍ତେ ଫାଉଣ୍ଡେସନ ପକ୍ଷରୁ ସଂସଦରେ ପ୍ରଶ୍ନ କରିବା, ବିତର୍କରେ ଭାଗନେବା, ବିଧାୟୀ କାର୍ଯ୍ୟରେ ଯୋଗଦାନ ଓ ସଂସଦୀୟ ସମିତିରେ କାର୍ଯ୍ୟ କରିବା ଆଦି ବିଭିନ୍ନ ମାନଦଣ୍ଡରେ ସାଂସଦଙ୍କ ଚୟନ ହୋଇଥାଏ। ଚଳିତବର୍ଷ ପୁରସ୍କାର ଲାଗି ସାଂସଦଙ୍କ ଚୟନ ନିମନ୍ତେ ଜାତୀୟ ପଛୁଆବର୍ଗ ଆୟୋଗଙ୍କ ଅଧ୍ୟକ୍ଷ ହଂସରାଜ ଅହୀରଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି  ସାଂସଦଙ୍କୁ ଚୟନ କରିଛି।  ଚଳିତବର୍ଷ ୪ ଜଣ ସାଂସଦଙ୍କୁ ସେମାନଙ୍କର ଦୀର୍ଘକାଳ ଓ ନିରନ୍ତର ଯୋଗଦାନ ନିମନ୍ତେ ସ୍ୱତନ୍ତ୍ର ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ପ୍ରାଇମ ପଏଣ୍ଟ ଫାଉଣ୍ଡେସନ ଦ୍ୱାରା ଜାରି ଏକ ବୟାନ ଅନୁସାରେ ୪ ଜଣ ସାଂସଦ ଭର୍ତ୍ତୃହରୀ ମହତାବ, ସୁପ୍ରିୟା ସୁଲେ, ଏମ.କେ.ପ୍ରେମଚନ୍ଦ୍ରନ ଓ ଶ୍ରୀରଙ୍ଗ ବାରଣେ ଷୋଡ଼ଶ ଓ ସପ୍ତଦଶ ଲୋକସଭାରେ ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି ଓ ବର୍ତ୍ତମାନ କାର୍ଯ୍ୟକାଳରେ ମଧ୍ୟ ସେମାନେ ସକ୍ରିୟତାର ସହିତ କାର୍ଯ୍ୟ କରୁଥିବା କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!