ମୋଷ୍ଟ୍ ଓ୍ବାଣ୍ଟେଡ୍ ସୈଫୁଲ୍ଲା ଖାଲିଦ୍ ନିହତ

 ନୂଆଦିଲ୍ଲୀ,୧୮ା୫: ଅପରେସନ ସିନ୍ଦୁରକୁ ନେଇ ଭୟରେ ଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ଆଉ ଏକ ଖରାପ ଖବର ଆସିଛି। ୨୦୦୬ ମସିହାରେ ନାଗପୁରରେ ଆରଏସଏସ ମୁଖ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଲସ୍କର-ଏ-ତୈବା କମାଣ୍ଡର ଅବୁ ସୈଫୁଲ୍ଲା ପାକିସ୍ତାନରେ ନିହତ ହୋଇଛି। ଲସ୍କର-ଏ-ତୈବା ସହିତ ଜଡିତ ଅବୁ ସୈଫୁଲ୍ଲାକୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଲସ୍କର ଆତଙ୍କବାଦୀଙ୍କ ନାମ ଥିଲା ଅବୁ ସୈଫୁଲ୍ଲା ଓରଫ ମହମ୍ମଦ ସଲିମ ଓରଫ ରାଜୁଲ୍ଲା ନିଜାମଣି।  ଲସ୍କର-ଏ-ତୈବାର ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ୍, ମହାରାଷ୍ଟ୍ର ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟ ହମଲାର ମାଷ୍ଟର ମାଇଣ୍ଡ୍ ଥିଲା । ୨୦୦୬ରେ ଷଡ଼ଯନ୍ତ୍ର ରଚି ସ୍ବୟଂ ସେବକ ସଂଘ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଥିଲା । ସେହିପରି ୨୦୦୧ରେ ରାମପୁର ସିଆରପିଏଫ୍ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲା । ୨୦୦୫ରେ ଷଡ଼ଯନ୍ତ୍ର ରଚି ବେଙ୍ଗାଲୁରୁରେ ହମଲା କରାଇଥିଲା । ଭାରତୀୟ ବିଜ୍ଞାନ ସଂସ୍ଥାନର ଅଡିଟୋରିୟମରୁ ଅତିଥିମାନେ ବାହାରୁ ଥିବାବେଳେ ଆତଙ୍କବାଦୀମାନେ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ଜଣେ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ସୈଫୁଲ୍ଲା ଖାଲିଦ୍ ଲସ୍କର-ଏ-ତୈବାକୁ ଅପରେଟ୍ କରୁଥିଲା । ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚିବା ଓ ହମଲା କରିବା ତା’ର ମୁଖ୍ୟ କାର୍ଯ୍ୟ ଥିଲା । ଏନେଇ ସେ ନେପାଳରେ ରହି ବାରମ୍ବାର ଭାରତରେ ହମଲା କରାଯାଉଥିଲା । ସୈଫୁଲ୍ଲା ଖାଲିଦ୍ ବାବଦରେ ଏନଆଇଏକୁ ଗୁଇନ୍ଦା ତଥ୍ୟ ମିଳିବା ପରେ ଭୟରେ ନେପାଳ ଛାଡ଼ି ଫେରାର୍ ହୋଇଯାଇଥିଲା । ସେ ଭାରତର ମୋଷ୍ଟ୍ ଓ୍ବାଣ୍ଟେଡ୍ ଆତଙ୍କୀ ଥିଲା । ରବିବାର ପାକିସ୍ତାନରେ ଆତଙ୍କୀକୁ କେହି ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!