ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

ପୁରୀ ,୧୯।୫: ଆଜି ମହାପ୍ରଭୁଙ୍କ ଭଉଁରି ଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ତିନି ରଥର ଚକଅଖ ଡେରା ନୀତି ସମ୍ପର୍ଣ୍ଣ ହେବ । ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେବ ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ନାହାକ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ। ଯାହାକୁ ଚକଅଖ ଡେରା ନୀତି କୁହନ୍ତି।ଶ୍ରୀମନ୍ଦିର ଦ୍ୱାର ରାତ୍ର ୩ଟାରେ ଫିଟାଯିବ। ଭିତରଶୋଧ ୩ଟା ୩୦, ମଙ୍ଗଳଆଳତି ୪ଟା, ମଇଲମ ଓ ତଡ଼ପଲାଗି ୪ଟା ୩୦, ଅବକାଶ ୫ଟା୩୦, ରୋଷ ହୋମ ୬ଟା, ସୂର୍ଯ୍ୟପୂଜା ୬ଟା ୧୫, ସକାଳ ୬ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇଛି। ସକାଳ ୭ରେ ଗୋପାଳବଲ୍ଲଭ, ସକାଳଧୂପ (କେବଳ କୋଠଭୋଗ) ୭ଟା ୩୦ରୁ ୯ଟା , ରଥ ଆଜ୍ଞାମାଳ ବିଜେ ୯ଟା ୩୦, ଭୋଗମଣ୍ଡପ ଶେଷ ୧୦ଟା ୩୦, ମଇଲମ ୧୦ଟା ୩୦, ଆଲଟଲାଗି ୧୧ଟା, ଚନ୍ଦନଲାଗି ୧୧ଟା ୧୫ , ବେଶ ଶେଷ ଓ ଦକ୍ଷିଣିଘର ଭୋଗ ୧୧ଟା ୪୫, ଯାତ ଭୋଗ (କେବଳ କୋଠଭୋଗ) ୧୨ରୁ ୧ଟା, ନକ୍ଷତ୍ର ବନ୍ଦାପନା ୧ଟା ୩୦, ଚନ୍ଦନକୁ ଦିଅଁ ବିଜେ ୨ଟା, ବିମାନ ଉଠିବା ୨ଟା ୩୦, ମଧ୍ୟାହ୍ନଧୂପ (କେବଳ କୋଠଭୋଗ) ୨ଟା ୩୦ରୁ ୪ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟା ୪୫ରୁ ୪ଟା ୩୦, ମଇଲମ ଓ ବେଶ ୪ଟା୫୦ରୁ ୫ଟା ୫୦ରେ ହେବ। ସନ୍ଧ୍ୟା ଆଳତି ୬ଟା, ସନ୍ଧ୍ୟାଧୂପ (କେବଳ କୋଠଭୋଗ) ରାତି ୭ଟାରୁ ୮ଟା୩୦, ମଇଲମ ୯ଟା, ଆଲଟଲାଗି ୯ଟା ୩୦, ପଣାଭୋଗ ୧୦ଟା , ଚନ୍ଦନ ଠାକୁର ବାହୁଡ଼ା ବିଜେ ପରେ ଅବଶିଷ୍ଟ ନୀତି ସମାହିତ ହୋଇଛି ବୋଲି ସୂଚନା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!