ଭୁବନେଶ୍ୱର,୧୯।୫: ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ଓ ୧୦ଦଫା ଦାବିରେ ୧୨ଘଣ୍ଟିଆ ତାଳଚେର ବନ୍ଦ ଡକରା ଦିଆଯାଇଛି । ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଜଣେ ଲୋକ ଅଟୋରେ ଅପହରଣ, ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଘଟଣା ସନ୍ଦେହ ସୃଷ୍ଟି କରିଛି । ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରିବା ସହ ସିବିଆଇ ତଦନ୍ତ ଦାବି କରିଛି ସୁଭଦ୍ରା ନ୍ୟାୟ ମହାମଞ୍ଚ । ରେଳବାଇ ଥାନା ଅଧିକାରୀ ତଦନ୍ତ କରିବା ପରିବର୍ତ୍ତେ ପୀଡିତାଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟହାର କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |