ଭୁବନେଶ୍ୱର,୧୯।୫: ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତେଣୁ ଓଡ଼ିଶାକୁ ଲଘୁଚାପ ଆଶଙ୍କା ରହିଛି । ମେ’ ଶେଷ ସପ୍ତାହରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ସମ୍ଭାବାନା ।ଏ ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ୨୧ ଓ ୨୨ରେ ଆରବ ସାଗରରେ ଲଘୁଚାପ ସମ୍ଭାବନା ।୨୬ ଏବଂ ୨୭ରେ ବଙ୍ଗୋପସାଗର ସଂଲଗ୍ନରେ ଲଘୁଚାପ ସୃଷ୍ଟି ସମ୍ଭାବାନ ।ମେ’ ୨୭ରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ରଜ୍ୟରେ କାଳ ବୈଶାଖୀ ବର୍ଷା ଜାରି ରହିଛି । ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଓ ଘଡ଼ଘଡ଼ି ଜାରି ରହିଛି ।ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ମେଘଖଣ୍ଡ। ଆସନ୍ତାକାଲିଠୁ ବଦଳିବ ପାଗର ମିଜାଜ୍। ପ୍ରବଳ ତାତିରେ କଷ୍ଟ ସହୁଥିବା ସମସ୍ତଙ୍କୁ ମିଳିବ ଆଶ୍ବସ୍ତି। ଆସନ୍ତା ୪ ଦିନ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ପୂର୍ବାନୂମାନ ମଧ୍ୟ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |