ରାଜ୍ୟରୁ ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୯।୫: ରାଜ୍ୟରେ ବାଂଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଣ ନାଗରିକ ଓଡ଼ିଶାରେ ରହିବେ ନାହିଁ । ରାଜ୍ୟରୁ ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଇଞ୍ଜିନିୟରିଂ ବିଭାଗଗୁଡ଼ିକ ସହ ଆଲୋଚନା ହୋଇଛି । ବିଭିନ୍ନ ଏଜେନ୍ସୀରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ । ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ । କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ କହିଛନ୍ତି ଆଇନ ମନ୍ତ୍ରୀ। ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି। କାରଣ  ବିଭିନ୍ନ ଏଜେନ୍ସି ରେ ରହି ବାଂଲାଦେଶୀ କାମ କରୁଛନ୍ତି।  କେବଳ ଭୁବେନଶ୍ଵର ନୁହେଂ ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସୋମବାର ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରାଜଧାନୀରେ କେତେ ବାଂଲାଦେଶୀ ଅଛନ୍ତି ତାର ଚିହ୍ନଟ ହେବ। ପ୍ରତିଥାନା ଅଞ୍ଚଳରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତାହାର ତଥ୍ୟ ବାହାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା। ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗକୁ ନେଇ ରବିବାର କମିଶନରେଟ୍ ପୋଲିସ ପକ୍ଷରୁ ଭରତପୁର ଥାନାରେ ଅପରାଧ ନିୟନ୍ତ୍ରଣ ବୈଠକ ଆୟୋଜିତ ହୋଇଛି। ଏଥିରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକୁ ଗୁରୁତ୍ଵ ଦିଆଯାଇଛି। ବାଂଲାଦେଶୀଙ୍କ ହଟସ୍ପଟ ପାଲଟିଛି ତଟବର୍ତ୍ତୀ ଜିଲ୍ଲା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଚାଲିଛି । ରାଜ୍ୟକୁ ବେଆଇନ ଭାବରେ ରହୁଥିବା ବାଂଲଦେଶୀ ଖୁବଶୀଘ୍ର ବିଦା ହେବେ । ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ପରେ ନୋଡାଲ୍ ଏଜେନ୍ସୀ ଭାବରେ ଦାୟିତ୍ବ ନେଇଛି ଏସଟିଏଫ୍ । ସେମାନଙ୍କୁ ଚିହ୍ନଟ ପାଇଁ ସବୁ ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ସହ ସମସ୍ତ ଏଜେନ୍ସୀକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!