ନୂଆଦିଲ୍ଲୀ.୧୯।୫: ଭାରତ କୌଣସି ଧର୍ମଶାଳା ନୁହେଁ ଯେଉଁଠି ସାରା ଦୁନିଆର ଶରଣାର୍ଥୀ ଆସି ଏଠାରେ ରହିଯିବେ। ଶ୍ରୀଲଙ୍କାର ଜଣେ ବ୍ୟକ୍ତିଙ୍କ ଆବେଦନ ଖାରଜ କରି ଏହି ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଦୀପାଙ୍କର ଦତ୍ତା କହିଛନ୍ତି ଆମ ଦେଶର ଜନ ସଂଖ୍ୟା ତ ୧୪୦ କୋଟିରୁ ଅଧିକ। କଣ ଭାରତ ସାରା ଦୁନିଆର ଶରଣାର୍ଥୀଙ୍କୁ ସ୍ଵାଗତ କରିବ ? ଏହା କୌଣସି ଧର୍ମଶାଳା ନୁହେଁ ଯେଉଁଠି ସାରା ଦୁନିଆର ଲୋକେ ଆସି ଏଠି ରହିଯିବେ। ଏଥିସହ କୋର୍ଟ ଶ୍ରୀଲଙ୍କାର ବ୍ୟକ୍ତିଙ୍କୁ ଅଟକ ରଖିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଶ୍ରୀଲଙ୍କାର ଏହି ବ୍ୟକ୍ତି ନିଜକୁ ପୋଲିସ ହେପାଜତରେ ନିଆଯିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ଏଥିରେ ହସ୍ତକ୍ଷେପ ଦେବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଭାରତ ନିଜର ବିଶାଳ ଜନସଂଖ୍ୟାକୁ ନେଇ ପୂର୍ବରୁ ହିଁ ସମସ୍ୟାର ଅଛି। ବିଶ୍ୱର ସବୁ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ସମ୍ଭବ ନୁହେଁ। ଜଣେ ଶରଣାର୍ଥୀଙ୍କ ପାଇଁ ଆଶ୍ରୟ ଦାବି କରୁଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।ଶ୍ରୀଲଙ୍କାରୁ ତାମିଲ ଶରଣାର୍ଥୀଙ୍କ ଅଟକ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଜଷ୍ଟିସ୍ ଦୀପଙ୍କର ଦତ୍ତା ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି। ଶ୍ରୀଲଙ୍କା ଆବେଦନକାରୀଙ୍କ ପକ୍ଷରୁ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ସେ ଜଣେ ଶ୍ରୀଲଙ୍କାର ତାମିଲ ଯିଏ ଏଠାକୁ ଭିସାରେ ଆସିଥିଲେ। ତାଙ୍କ ଜୀବନ ତାଙ୍କ ନିଜ ଦେଶରେ ବିପଦରେ ଅଛି। ଆବେଦନକାରୀ ପ୍ରାୟ ତିନି ବର୍ଷ ଧରି କୌଣସି ଇମିଗ୍ରେସନ ପ୍ରକ୍ରିୟା ବିନା ଭାରତରେ ରହିଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |