ନବରଙ୍ଗପୁର (ମିହିର ଶଙ୍କର ପାତ୍ର), ୧୯।୫:ନବରଙ୍ଗପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ପୂର୍ବତନ ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକ ଗତ କିଛିଦିନ ହେବ କ୍ୟାନସରରେ ପୀଡ଼ିତ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି । ଗତକାଲି ଅପରାହ୍ଣରେ ତାଙ୍କର ପରଲୋକ ଖବର ପ୍ରଚାରିତ ହେବାପରେ ସମଗ୍ର ନବରଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଆଜି ନବରଙ୍ଗପୁର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତି ସଙ୍ଗୀତା ତ୍ରୀପାଠୀଙ୍କ ଅଧ୍ଯକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନବରଙ୍ଗପୁର ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ବେଳେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଜିତେନ୍ଦ୍ର କୁମାର ରଥ, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଡକ୍ଟର ନନ୍ଦିତା ମିଶ୍ର, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଘାସିରାମ ବେହେରା, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ନବରଙ୍ଗପୁରର ରସାୟନ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଲବ ଖୋସଲା ପ୍ରମୁଖ ତାଙ୍କର କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ସେ ଜଣେ ଉଦାରଚିତ ବ୍ୟକ୍ତିତ୍ଵ, ପରୋପକାରୀ, ସେବାଭାବାପନ୍ନ ମଣିଷ, ସ୍ପଷ୍ଟ ବାଦୀ,ନିଷ୍ଠାପର ଓ ଛାତ୍ରବତ୍ସଳ ଭାବେ ପରିଚିତ ଥିବା ସହିତ ନବରଙ୍ଗପୁର ଅଞ୍ଚଳରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ବୋଲି ସମସ୍ତେ ମତ ଦେଇଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |