ସନ୍ଦୀଡ଼ଙ୍ଗରି ଗ୍ରାମ ନିକଟରେ ପିକପ ଧକ୍କାରେ ବାଇକ ଆରୋହି ଗୁରୁତର

ନବରଙ୍ଗପୁର (ମିହିର ଶଙ୍କର ପାତ୍ର), ୧୯।୫:ଡାବୁଗାଁ ବ୍ଲକ ସନ୍ଦୀଡ଼ଙ୍ଗରି ଗ୍ରାମ ନିକଟରେ ପିକପ ଧକ୍କାରେ ଜଣେ ବାଇକ  ଆରୋହି ଗୁରୁତର ହୋଇ ରାସ୍ତା ଉପରେ ପଡିରହିଥିଲା। ସ୍ଥାନୀୟ ବାସିନ୍ଦା ମାନେ ଗୁରୁତ୍ୱ ଥିବା ବାଇକ ଚାଳକ କୁ ଉଦ୍ଧାର କରି 108ଆମ୍ବୁଲାନ୍ସ ମାଧ୍ୟମରେ ଡାବୁଗାଁ ମେଡିକାଲ କୁ ପଟେଇ ଥିଲେ। ପିକପଟି ଡାବୁଗାଁ ଅଂଚଳର ବୋଲି ସୂଚନା ମିଳିଛି ନ OD 24 7542 ଏଭଳି ବାଇକ ନ OD24M 3395 ଏବଂ ଆହତ ହୋଇଥିବା ବାଇକ ଆରହ ଜଣକ କୁମ୍ଭାର ଗୁଡା ଗ୍ରାମର ନନ୍ଦ ଭତ୍ରା ବୋଲି ଜଣା ପଡିଛି। ଦୁର୍ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ପରିବାର ବର୍ଗ ଡାବୁଗାଁ ମେଡିକାଲ କୁ ଆସିଲା ପରେ ତାକୁ ନବରଙ୍ଗପୁର ମେଡିକାଲ କୁ ସ୍ଥାନାନ୍ତର କରା ଯିବ ବୋଲି ଡାକ୍ତର ସୂଚନା ଦେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!