କାୟା ବିସ୍ତାର କଲାଣି କରୋନା ,ମୁମ୍ବାଇରେ ୨ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୫: କରୋନା ଭୂତାଣୁ  କାୟା ବିସ୍ତାର କରିବାରେ ଲାଗିଛି।  ମୁମ୍ବାଇର କେଇଏମ୍‌ ହସ୍ପିଟାଲରେ ୨ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।    ଜଣେ ରୋଗୀ କ୍ୟାନସରରେ ଆକ୍ରାନ୍ତ ଥିଲେ। ସେହିପରି ଅନ୍ୟ ଜଣେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସୂଚନା ମିଳିଛି। ଏସିଆର ଅନେକ ଦେଶରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସିଙ୍ଗାପୁର, ହଂକଂ, ଚୀନ୍‌ ଏବଂ ଥାଇଲାଣ୍ଡ ଭଳି ଦେଶରେ ଏହା ଚିନ୍ତା ବଢ଼ାଇଲାଣି । ଏବେ ଓମିକ୍ରନର ନୂଆ ପ୍ରଜାତି ଜେଏନ୍‌୧ ଏବଂ ଏହାର ଉପ-ପ୍ରଜାତି ଏଲଏଫ୭, ଏନବି୧.୮ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି। ଏହି ଭୂତାଣୁ ସିଙ୍ଗାପୁରରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। କେବଳ ମେ’ ମାସ ପ୍ରାରମ୍ଭରେ ୧୪ ହଜାରରୁ ଅଧିକ ମାମଲା ସାମ୍‌ନାକୁ ଆସିଛି। ଏପ୍ରିଲ ଶେଷରେ ଏହି ସଂଖ୍ୟା ୧୧,୧୦୦ ଥିଲା। ଏବେ ମାମଲା ୨୮ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଆଇସିୟୁ ରୋଗୀସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଏହି ପ୍ରଜାତି ପୂର୍ବାପେକ୍ଷା ଅଧିକ ବିପଜ୍ଜନକ ବୋଲି ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। କିନ୍ତୁ ଏହି ଲହରରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ବେଶି ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!