ନୂଆଦିଲ୍ଲୀ,୨୦ା୫: ଦେଶରେ ସାଇବର ଅପରାଧ ଉଦ୍ବେଗଜନକ ଭାବେ ବଢ଼ିଚାଲିଥିବାବେଳେ ଅପରାଧୀଙ୍କୁ ତୁରନ୍ତ ଧରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନୂଆ ଇ-ଜିରୋ ଏଫ୍ଆଇଆର୍ ବ୍ୟବସ୍ଥା ଆଣିଛନ୍ତି। ସାଇବର ଅପରାଧ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ଇ-ଜିରୋ ଏଫଆଇର ରୁଜୁ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ କଡାକଡି ନିର୍ଦ୍ଦେଶ । ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ଆପେ ଆପେ ରୁଜୁ ହେବ ମାମଲା । ସାଇବର ଅପରାଧୀଙ୍କୁ ଧରିବା ପାଇଁ ଇ-ଜିରୋ ଏଫଆଇଆର ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ସମନ୍ବୟ କେନ୍ଦ୍ର (ଆଇସିସିସିସି ବା ଆଇ୪ସି) ଏହି ନୂଆ ଇନିସିଏଟିଭ୍ ଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି। ଏକ ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମେ ଦିଲ୍ଲୀରେ ଏହା ଆରମ୍ଭ ହୋଇଛି। ଏହି ନୂଆ ବ୍ୟବସ୍ଥା ନ୍ୟାଶନାଲ ସାଇବରକ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (ଏନ୍ସିଆର୍ପି) ଏବଂ ହେଲ୍ପଲାଇନ୍ ନମ୍ବର ୧୯୩୦ରେ ଦାଏର ସାଇବର ଆର୍ଥତ୍କ ଅପରାଧଗୁଡ଼ିକୁ ସ୍ବତଃ ଏତଲାରେ ପରିଣତ କରିବ।ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅପରାଧ ମାମଲାରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ବ୍ୟବସ୍ଥା ଖୁବ୍ଶୀଘ୍ର ସାରା ଦେଶକୁ ସମ୍ପ୍ରସାରିତ ହେବ ବୋଲି ଶାହା କହିଛନ୍ତି। ଅଭୂତପୂର୍ବ ଦ୍ରୁତ ବେଗରେ ଅପରାଧୀଙ୍କୁ ଧରିବା ଏହି ଇ-ଜିରୋ ଏତଲାର ଲକ୍ଷ୍ୟ। ଏହାଦ୍ୱାରା ସାଇବର ଅପରାଧର ମୂଳକୁ ଖୋଜି ବାହାର କରିବା ପାଇଁ ତଦନ୍ତକୁ ଦ୍ରୁତତର କରାଯିବ।ଭାରତକୁ ସାଇବର ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାର ସାଇବର ସିକ୍ୟୁରିଟି ଗ୍ରୀଡ୍କୁ ମଜଭୁତ କରୁଥିବା ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି। ସାଇବର ଅପରାଧ ରୋକିବା ଦିଗରେ ସମନ୍ବୟ ବଢ଼ାଇବା ପାଇଁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଆବଶ୍ୟକ ଢାଞ୍ଚା ଓ ବ୍ୟବସ୍ଥା ଯୋଗାଇଦେବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଇ୪ସି ଗଠନ କରିଥିଲା। ସାଇବର ଅପରାଧ ରୋକିବା ଦିଗରେ ଏହା ଏକ ନୋଡାଲ ପଏଣ୍ଟ ଭାବେ କାର୍ଯ୍ୟ କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |