ଭୁବନେଶ୍ୱର,,୨୦।୫:: ଆସନ୍ତାକାଲି ଆନ୍ଦୋଳନ କରିବ ବିଜେଡି। ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ ବିଜେଡି। ପଛୁଆ ବର୍ଗଙ୍କ ଅଧିକାର ପାଇଁ ଆନ୍ଦୋଳନ କରାଯିବ। ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ପାଇଁ ଦାବିରେ ଆନ୍ଦୋଳନ ଡାକରା। ବିଜେଡିର ଆନ୍ଦୋଳନ ହେବା ନେଇ ସୂଚନା ମିଳିବା ପରେ ପ୍ରେସମିଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମନମୋହନଙ୍କ ପ୍ରେସମିଟ୍। ପଛୁଆ ବର୍ଗଙ୍କୁ ଅଗ୍ରାଧିକାର ଦେବାକୁ ଜାତି ଜନଗଣନା ବୋଲି କହିଲେ ମନମୋହନ।ସଂରକ୍ଷଣ ନେଇ ସଂକଳ୍ପ ପତ୍ରରେ ସ୍ପଷ୍ଟ କରିଥିଲୁ। ପୂର୍ବ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ। ଦୀର୍ଘ ସମୟ ଧରି ସରକାରରେ ଥିଲେ କିନ୍ତୁ କିଛି କରିପାରିଲେ ନାହିଁ। ଉଭୟ କଂଗ୍ରେସ ଓ ବିଜେଡି OBCଙ୍କୁ ଅବହେଳା କରିଛନ୍ତି। ହେଲେ ସବୁବେଳେ ମଣ୍ଡଳ କମିଶନ ସପକ୍ଷରେ ରହିଛି ବିଜେପି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |