ବଦଳିଲା କ୍ୟାବିନେଟ ଢ଼ାଞ୍ଚା, ସଚିବଙ୍କ କ୍ଷମତା ସଙ୍କୁଚିତ

ଭୁବନେଶ୍ୱର,୨୦।୫: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ ଢ଼ାଞ୍ଚା। କ୍ୟାବିନେଟ ବୈଠକରେ ସଚିବଙ୍କ କ୍ଷମତା ସଙ୍କୁଚିତ  କରାଯାଇଛି। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ  ସବୁ ବିଭାଗକ ସଂସଦୀୟ ସଚି ଚିିଠି ଲେଖିଛନ୍ତି। ୫ ଦିନ ପୂର୍ବରୁ କ୍ୟାବିନେଟ୍‌ ବସିବା ତାରିଖ  ଚୂଡ଼ାନ୍ତ ହେବ। ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ। ୫ଦିନ ପୂର୍ବରୁ କ୍ୟାବିନେଟ ବୈଠକ ତାରିଖ ଚୂଡାନ୍ତ ହେବ। ୩ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ। ମନ୍ତ୍ରୀଙ୍କ ପାଖକୁ ୨ ଦିନ ପୂର୍ବରୁ କ୍ୟାବିନେଟ ପ୍ରସ୍ତାବର ଫାଇଲ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ବିଭାଗକୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ବିଭାଗ ସଚିବ|ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ ରୁମ୍‌କୁ ଯାଇପାରିବେ।ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ୱ। କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ମନା ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!