ଜମଗୁଡା ଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦେବଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ସପ୍ତମ ସାମ୍ବତ୍ସରିକ ନାମ ଯଜ୍ଞ ଉଦଯାପିତ

 ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ୨୦।୫:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଜାମଗୁଡା ଠାରେ ଥିବା ଓଂ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଦେବଙ୍କ ବିଜେ ସ୍ଥଳୀରେ ତିନି ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ କଳସ ଯାତ୍ରା, ଯଜ୍ଞ ଆରମ୍ଭ, ଗୋ ପୂଜା, ସୂର୍ଯ୍ୟ ପୂଜା, ଅଗ୍ନି ପୂଜା, ଅଗ୍ନି ସ୍ଥାପନ, ରାସ ପରିବେଷଣ ଓ ପ୍ରବଚନ କରାଯାଇଥିଲା।ତିନିଦିନ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ଆଜିଶେଷ ଦିନରେ ଗୋ ପୂଜା, ସୂର୍ଯ୍ୟ ପୂଜା, ଆହୁତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁ ଅନ୍ନ ବଣ୍ଟନ,ରାସ ପରିବେଷଣ ପରେ ଯଜ୍ଞ ସମ୍ମନ ହେଲା। ଉକ୍ତ କାର୍ଯ୍ୟକ୍ରମ ବାବା ସଦଗୁରୁ ଦେବ ଅରକ୍ଷିତ ଓଝାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଶ୍ ସୁନ୍ଦର ଭାବେ ପରିଚାଳନା ରେ ଆଗେଇ ଚାଲିଥିଲା l ଉକ୍ତ ମନ୍ଦିର ପୂଜକ ଅମିତାଭ ପଣ୍ଡା ମନ୍ଦିର ପୂଜା କାର୍ଯ୍ୟ ସାରିବା ପରେ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମାଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଆଗମନ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ରାଧେଶ୍ୟାମ ଅଗ୍ରୱାଲ, ଭଗବାନ ବେହେରା, ରାଜେଶ ଅଗ୍ରୱାଲ,ରବି ଅଗ୍ରୱାଲ, ବିଜୟ କୁମାର ମେହେଟା, ନିରଞ୍ଜନ ଦାସ,ଅଭିମନ୍ୟୁ ନାୟକ, ତୋଳା ମଣି ସାହୁ, ସନ୍ତୋଷ ଦାସ, ରମା ସ୍ଵାଇଁ,ରାକେଶ ଦାସ,ସରୋଜ ଭୋଇ,ହରିଶ୍ଚନ୍ଦ୍ର ଜେନା, ତ୍ରିନାଥ ଲେଙ୍କା ପ୍ରମୂଖ ସହ ଅନେକ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ଏବଂ ଭକ୍ତିମୟ ପରିବେଶେ ସମ୍ମନ ହେଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!