ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ୱର,୨୦।୫: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ଗୋଟିଏ ଦିନରେ କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ।ଏନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ଅପରାହ୍ନ ୪ଟାରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ।ଓଡ଼ିଶା ଯୁକ୍ତ ୨ ପରୀକ୍ଷା ଫଳ ଆସନ୍ତାକାଲି ଅର୍ଥାତ୍ ମେ ୨୧, ୨୦୨୫ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇ କହିଛନ୍ତି ଯେ, ଫଳ ପ୍ରକାଶନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଆଉ କୌଣସି ବିଳମ୍ବ ହେବ ନାହିଁ।ଚଳିତ ବର୍ଷ ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ମଧ୍ୟରେ ଅନୁଷ୍ଠିତ ଯୁକ୍ତ ୨ ପରୀକ୍ଷାରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ କଳା ବିଭାଗରେ ୨,୪୭,୩୯୧, ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫,୭୨୧ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ପରୀକ୍ଷା ୧,୨୭୬ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରଶ୍ନପତ୍ର ମହଜୁଦ ପାଇଁ ୨୦୫ଟି ହବ୍ ବ୍ୟବସ୍ଥା କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!