ରାୟପୁର,୨୧ା୫: ମାଓ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା । ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମାଓଗଡକୁ ଲାଗିଛି ବଡ ଝଟକା ।ଛତିଶଗଡ଼ ନାରାୟଣପୁର ଏବଂ ବିଜାପୁର ଜିଲ୍ଲା ମାଓଗଡ଼ରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବଡ଼ ଅପରେଶନ କରାଯାଇଛି । ସୁରକ୍ଷାକର୍ମୀ, କୋବ୍ରା କମାଣ୍ଡୋଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୩୦ ମାଓବାଦୀ ନିପାତ ହୋଇଥିବା ସୂଚନା ।ମାଓଲିଡର ତଥା ଦୁର୍ଦ୍ଦାନ୍ତ ମାଓନେତା ବାସବରାଜ ଏବଂ ମଧୁ , ନବୀନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା କୁହାଯାଉଛି ।ବସବରାଜ, ପ୍ରମୁଖ ମାଓ ନେତା ଥିଲା । ତାର ମ୍ୟୃତ୍ୟୁ ସୁରକ୍ଷା କର୍ମୀଙ୍କ ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ଅପରେଶର କାଗର ଜରିଆରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି ।ବାସବରାଜର ଘର ବିଜୟାନଗରମ ଜିଲ୍ଲାରେ । ୱାରାଙ୍ଗାଲରେ ପାଠ ପଢ଼ିବା ସମୟରେ ବାସବରାଜ ମାଓ ସଂଗଠନରେ ସାମିଲ ହୋଇଥିଲା । ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ପୋଲିସ ଫୋର୍ସ ବାସବରାଜକୁ ଖୋଜୁଥିବାବେଳେ ଏଡ଼ଆଇଏ ପାଇଁ ଏହି ମାଓନେତା ମୋଷ୍ଟ ୱାଣ୍ଟେଡ୍ ଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |