ପୁରୀ ଶ୍ରୀମନ୍ଦିରରେ ଆଜିଠୁ ଚନ୍ଦନଯାତ୍ରା

ପୁରୀ,୨୧।୫: ଆଜିଠୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ । ଶୁକ୍ରବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ଅନୁଷ୍ଠିତ ହେବ ପ୍ରଥମ କ୍ରୀଡ଼ା ଉତ୍ସବ ।ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରେ ଜଳକ୍ରୀଡ଼ା କରିବେ ।ସୁଗନ୍ଧିତ ଦ୍ରବ୍ୟଯୁକ୍ତ ପାଣିରେ ଠାକୁରେ ଅଧିଷ୍ଠିତ ହେବେ । ପୂଜାପଣ୍ଡା ସାଆନ୍ତ ପପୋପଚାରରେ ଶୀତଳ ଭୋଗ ପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ମୁଦିରସ୍ତ ପ୍ରସାଦ ଲାଗି କରିବେ ।ଏଥିସହ ଚନ୍ଦନ ପାଣି ପିଚକାରୀ ନୀତି ବଢିବ । ଏହି ଅବସରରେ ଠାକୁରଙ୍କ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ । ଏଥିସହ ୨୭ ତାରିଖ ମଙ୍ଗଳବାର ଦିନ ସାବିତ୍ରୀ ଅମାବାସ୍ୟା, ଜୁନ୍ ୧ ତାରିଖ ରବିବାର ଦିନ ଶୀତଳ ଷଷ୍ଠୀ ଓ ୬ା ତାରିଖ ଶୁକ୍ରବାର ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!