ପ୍ରକାଶ ପାଇଲା ପ୍ଲସ୍ ଟୁ ରେଜଲ୍ଟ`

ଖୋର୍ଦ୍ଧା,୨୧ା୫: ପ୍ରାଣନାଥ ସୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଫଳ ୨୦୨୨-୨୦୨୫ ଶିକ୍ଷା ବର୍ଷ ଫଳାଫଳ ବୁଧବାର ପ୍ରକାଶିତ ହୋଇଛି। ଚଳିତବର୍ଷ ୧୧୦୫ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୯୪ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୦ ପ୍ରତିଶତ ରହିଛି।ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଆଗରେ ରହିଛନ୍ତି। ଛାତ୍ରୀ ପାସ୍‌ହାର ୯୪.୮% ରହିଥବା ବେଳେ ଛାତ୍ରଙ୍କ ପାସ୍‌ହାର ୮୩.୮ ପ୍ରତିଶତ ରହିଛି। ବାଣିଜ୍ୟରେ ୩୫୨ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୨୯୧ ଜଣ ପାସ କରିଛନ୍ତି। ପାସ୍‌ହାର ୮୨.୭ ପ୍ରତିଶତ ରହିଛି। କଳାରେ ୩୮୬ ଜଣ ପରୀକ୍ଷା ଦେଇଥିବା ବେଳେ ୩୫୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୦.୭ ପ୍ରତିଶତ ରହିଛି। ବିଜ୍ଞାନରେ ୩୬୭ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୩୫୩ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୬.୨ ପ୍ରତିଶତ ରହିଛି।ବାଣିଜ୍ୟ ସମ୍ମାନରେ ଛାତ୍ରୀ ଅହମଦ୍ଦୁନ ନିଶା, କଳା(ଶିକ୍ଷା ସମ୍ମାନ)ରେ ମେହେରୁନ ନିଶା ଏବଂ ବିଜ୍ଞାନ ବିଭାଗରେ ଶିବାଂଶ ରଥ ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଏହି ଛାତ୍ରମାନେ ଆସନ୍ତା ସାମ୍ବିସରିକ ଉତ୍ସବ-୨୦୨୬ରେ ସ୍ବର୍ଣ୍ଣ ପଦକରେ ସମ୍ମାନିତ ହେବେ। ଏତଦ ବ୍ୟତୀତ ସର୍ବାଧକ ନମ୍ବର ରଖି ପଦାର୍ଥ ବିଜ୍ଞାନର ଛାତ୍ର ଶିବାଂଶ ରଥ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!