ନୂଆଦିଲ୍ଲୀ,୨୧/୦୫ : ପାକିସ୍ତାନରେ ବଡ଼ ଧରଣର ଆତ୍ମଘାତୀ ହମଲା । ଆତଙ୍କବାଦୀମାନେ ସ୍କୁଲ ବସ୍କୁ ଟାର୍ଗେଟ କରିଛନ୍ତି । ବେଲୁଚିସ୍ତାନର ଖୁଜଦାରରେ ହୋଇଥିବା ଏହି ଆକ୍ରମଣରେ ୪ ପିଲାଙ୍କ ମୃତ୍ୟୁ ହୋଇଛି । ଏହାସହ ୩୮ ଜମ ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣକାରୀ ସ୍କୁଲ ବସ୍କୁ ଟାର୍ଗେଟ କରିଥିଲେ । ଘଟଣାଟି ବେଲୁଚିସ୍ତାନ ପ୍ରଦେଶର। ପାକିସ୍ତାନୀ ନ୍ୟୁଜ୍ ୱେବସାଇଟ୍ ଡନ୍ ଅନୁଯାୟୀ, ସ୍କୁଲ ବସ୍ଟି ଜିରୋ ପଏଣ୍ଟ ନିକଟରେ ଥିଲା । ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନଙ୍କୁ କ୍ୱେଟା ଏବଂ କରାଚୀର ହସ୍ପିଟାଲ୍କୁ ପଠାଯାଇଛି । ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକଭି ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି, ପିଲାମାନଙ୍କୁ ଟାର୍ଗେଟ କରିଥିବା ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।ପାକିସ୍ତାନର ଗୃହ ମନ୍ତ୍ରଣାଳୟ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛି। ଏଥିରେ ମୋହସିନ ନକଭି ଆକ୍ରମଣରେ ମୃତ ପିଲାମାନଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରି କହିଛନ୍ତି ଯେ, ଶତ୍ରୁମାନେ ନିରୀହ ପିଲାମାନଙ୍କୁ ନିଜର ଶିକାର କରିଛନ୍ତି। ଏହି ଆକ୍ରମଣ ଦେଶରେ ଅସ୍ଥିରତା ସୃଷ୍ଟି କରିବାର ଏକ ଘୃଣ୍ୟ ଷଡ଼ଯନ୍ତ୍ର । ଦେଶର ଏକତା ଯୋଗୁଁ ପ୍ରତ୍ୟେକ ଷଡ଼ଯନ୍ତ୍ର ବିଫଳ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |