୧୦ ବର୍ଷ ବଢ଼ିଲା ସରକାରୀ ଚାକିରି ପାଇଁ ବୟସ ସୀମା

ଭୁବନେଶ୍ୱର,୩୦ା୫: ଚାକିରି ବୟସ ସୀମା ୩୨ରୁ ୪୨କୁ ବଢ଼ିବା ନେଇ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି । ଯାହାକୁ ନେଇ ସରକାରୀ ଚାକିରି ଆଶାୟୀମାନେ ଖୁସି ଅଛନ୍ତି । ବର୍ତମାନ ସମୟରେ ଲକ୍ଷ ଲକ୍ଷ ଆଶାୟୀ ସରକାରୀ ଚାକିରି ଅପେକ୍ଷାରେ ଅଛନ୍ତି ।ବୟସ ସୀମା ବଢ଼ିବା ଖବର ଅଭିଭାବକଙ୍କ ଭିତରେ ଖୁସି ଆଣିଛି । ଯେହେତୁ ବୟସ ସୀମା ୩୨ରୁ ସିଧା ୪୨ ହୋଇଛି । ଓଡ଼ିଶାରେ ଚାକିରି ସୀମିତ ରହିଛି । ୪ ଲକ୍ଷ ୯୬ ହଜାର ପଦବୀ ମଧ୍ୟରୁ ଅଧିକାଂଶ ଚାକିରି ଆଉଟସୋର୍ସିଂ ଦ୍ୱାରା ପୂରଣ ହେଉଛି । ଆଉ କିଛି ଚାକିରି କନସଲ୍ଟାନ୍ସି ମାଧ୍ୟମରେ ମିଳୁଛି । ଚାକିରି ସଂଖ୍ୟା ସ୍ଥିର ଅଛି ।ସରକାର ଅବସର ପରେ ପୁଣି ନିଯୁକ୍ତି ଦେଉଛନ୍ତି । ବିଧାନସଭାର ତଥ୍ୟ ଅନୁସାରେ, ରାଜ୍ୟରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶ୍ରମ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି । ଆଶାୟୀ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ, କିନ୍ତୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ଦରକାର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!