ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)୩୦।୫:- ଡାବୁଗାଁ ସଦର ମହକୁମା ସ୍ଥିତ ନୂଆଗୁଡା ଠାରେ ମାଁ ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ବ ହେଲା ଏହି ବସର ଦିନ 1ଘଣ୍ଟା ସମୟରେ ଡାବୁଗାଁ ଅଙ୍ଗୀନଦୀ ତଟରୁ ପୂଜାର୍ଚନା କରି 108 କଳସରେ ମାଙ୍କ ପୂଜା ପାଇଁ ଜଳ ଅଭିଷେକ କରି ମାଁଙ୍କ ମନ୍ଦିର ପ୍ରତିଷ୍ଠା ହେବା ସ୍ଥାନକୁ ଆଣିଲେ ସ୍ଥାନୀୟ ଅଂଚଳର ମାଁ ଭଉଣୀ ମାନେ।ଏହି ବସରରେ ଶତାଧିକ ମଙ୍ଗଳା ମାଁଙ୍କ ଭକ୍ତ ଏବଂ ଗ୍ରାମ ବସି ଉପସ୍ଥିତି ଥିଲେ। ଆଜି ଠାରୁ ମାଁ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେଲା। ଏହା ଚାରିଦିନ ପର୍ଯ୍ୟନ୍ତ ଏଭଳି ପୂଜାର୍ଚନା ଚାଲିବ ଏବଂ ଆସନ୍ତା ରବିବାର ଦିନ ସମାପନ ହେବ। ଚାରିଦିନ ପର୍ଯ୍ୟନ୍ତ ମାଁଙ୍କ ମନ୍ଦିର ନିକଟରେ ପ୍ରସାଦ ସେବନର ବ୍ୟବସ୍ଥା ମା ମଙ୍ଗଳା ପୂଜା କମେଟି ତରଫରୁ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |