ରାଜ୍ୟସଭା ଯିବେ ତାମିଲ ଅଭିନେତା କମଲ ହାସନ

ଚେନ୍ନାଇ ,୩୦/୦୫: ଦ୍ୱିତୀୟ ଇଂନିସ ଆରମ୍ଭ କରିବେ ତାମିଲ ଅଭିନେତା କମଲ ହାସନ। ଖୁବ୍‌ଶୀଘ୍ର ସେ ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ହେଉଛି। ୨୦୨୪ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଷ୍ଟାଲିନଙ୍କ ଡିଏମକେ ଏବଂ କମଲ ହାସନଙ୍କ ଏମଏନଏମ ଭିତରେ ମେଣ୍ଟ ହୋଇଥିଲା । ଆଉ ମେଣ୍ଟ ଧର୍ମ ପାଳନ କରି ଏବେ କମଲ ହାସନଙ୍କ ଦଳ ପାଇଁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେଇଛି ଡିଏମକେ । ଯାହାକି ଷ୍ଟାଲିନଙ୍କୁ ଫାଇଦା ଦେବ । ଆସନ୍ତା ଜୁନ୍ ୧୯ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ତାମିଲନାଡୁରୁ ଖାଲି ହେବାକୁ ଥିବା ୬ଟି ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟାବଳ ଦୃଷ୍ଟିରୁ ଏଠାରେ ଡିଏମକେ ୪ଟି ସିଟ୍ ଜିତିବା ଏକପ୍ରକାର ପକ୍କା, ହେଲେ ତା’ ପରେ ବି ମେଣ୍ଟ ଧର୍ମ ପାଳନ କରି କମଲ ହାସନଙ୍କ ପାର୍ଟି ଏମଏନଏମ୍ ପାଇଁ ଗୋଟିଏ ସିଟ୍ ଛାଡ଼ିଦେଇଛି ଡିଏମକେ । ତେଣୁ ଏହି ସିଟରୁ କମଲ ହାସନ ରାଜ୍ୟସଭାକୁ ଯିବା ପକ୍କା ବୋଲି ଜଣାପଡୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!