କୂଳ ଲଂଘି ଜନବସତି ମୁହାଁ ସମୁଦ୍ର ,ଲୋକେ ଭୟଭୀତ

ଜଗତସିଂହପୁର,୩୧।୫:ଓଡ଼ିିଶା ଉପକୂଳକୁ ସାମୁଦ୍ରିକ ବିପଦ । କୂଳ ଲଂଘି ଜନବସତି ମୁହାଁ ହେଲାଣି ସମୁଦ୍ର ।ସମୁଦ୍ର ବାଳି କୋରିବାରେ ଲାଗିଥିବାବେଳେ ଗାଁ ବି ଭସେଇ ନେବାର ଆଶଙ୍କା ବଢ଼ିଯାଇଛି । ସମୁଦ୍ରର ବର୍ତ୍ତମାନର ସ୍ଥିତି ପାଇଁ ୩ ଜିଲ୍ଳାରେ ସ୍ଥିତି ଉଦବେଗଜଗଜନକ ହୋଇପଡ଼ିଛି ।ପୁରୀ, ଗଞ୍ଜାମ,କେନ୍ଦ୍ରପଡ଼ା ସ୍ଥିତି ବିପଦରେ ।ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଗଠିତ ଆନ୍ତଃ ମନ୍ତ୍ରଣାଳୟ ପ୍ୟାନେଲ ପୂର୍ବରୁ ସତର୍କ କରିଛନ୍ତି ।  ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ଶିଆଳି ବେଳାଭୂମିରେ ସମୁଦ୍ର ତା’ର ଉଗ୍ର ରୂପ ଦେଖାଇଛି। ଶନିବାର ସମୁଦ୍ରର ଉଚ୍ଚ ଜୁଆର କୂଳ ଲଙ୍ଘି ପ୍ରାୟ ୨୦୦ ମିଟର ଅଞ୍ଚଳକୁ ବୁଡ଼ାଇ ଦେଇଛି। ଏହି ଘଟଣାରେ ବେଳାଭୂମି ନିକଟରେ ଥିବା ପାର୍କିଂସ୍ଥଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଲଘୁଚାପ ପ୍ରଭାବରେ ସୃଷ୍ଟ ଉଚ୍ଚ ଜୁଆର ଏହି ପରିସ୍ଥିତିର ମୁଖ୍ୟ କାରଣ ବୋଲି ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗ ସୂଚନା ଦେଇଛି।କାଲି ଜଗତସିଂହପୁର ଜିଲ୍ଲା ଏରସମାରେ ପୁଣି ଦେଖିବାକୁ ମିଳିଛି ସମୁଦ୍ରର ଉଗ୍ରରୂପ । ଶିଆଳି ନିକଟରେ ସମୁଦ୍ର ଅଶାନ୍ତ ରୂପ ଧାରଣ କରି କୂଳ ଲଙ୍ଘୁଛି । ଗତକାଲି ହଠାତ୍ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିଲା । ଫଳରେ ଶିଆଳି ବେଳାଭୂମି ବଜାର ଓ ଜନବସତିରେ ଲୁଣିପାଣି ମାଡ଼ିଯାଇଛି ।ସମୁଦ୍ର କୂଳ ଲଙ୍ଘିବାରୁ ଗତବର୍ଷ ଶିଆଳି ଭିୟୁ ଟାଓ୍ୱାରର ତଳ ଅଂଶ ଖାଇଯାଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ତାହାକୁ ତୁରନ୍ତ ଭାଙ୍ଗି ଦିଆଯାଇଥିଲା । ସେହିପରି ଢ଼େଉ ମାଡରେ କୂଳରେ ଥିବା ଝାଉଁବଣ ନଷ୍ଟ ହେବାରେ ଲାଗିଛି । ସମୁଦ୍ର ଲଗାତାର କୂଳ ଲଙ୍ଘୁଥିବାରୁ ଏହାର ଆଖପାଖରେ ଥିବା ଗ୍ରାମଗୁଡିକର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!