ବଡ଼ ଅଲମା ଗ୍ରାମର ହରିଜନ ସାହିରେ ରାସ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଲେ ଗ୍ରାମବାସି

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୩୧।୫:-ବଡ଼ ଅଲମା ଗ୍ରାମର ହରିଜନ ସହି ରେ ଥିବା ରାସ୍ତା ଖୋଳି ଘର ବନାଇବା ପାଇଁ ଉଦ୍ୟମ କରୁଥିଲା ସେହି ଗ୍ରାମର ଈଶ୍ୱର ହରିଜନ। ଏଭଳି ନକରିବା ପାଇଁ ଗ୍ରାମର ପୁରୁଖା ବ୍ୟକ୍ତି ଚୈତନ୍ୟ ହରିଜନ, ତୁଳାରାମ ମିରରାନ, ଉର୍ଦ୍ଧବ ମିର୍ଗାନ,ହରିଶଚନ୍ଦ୍ର ଗୋଣ୍ଡା, ଗୌର ଚନ୍ଦ୍ର ଗୋଣ୍ଡା, କୃଷ୍ଣ ହରିଜନ, କୁଳରଞ୍ଜନ ଗଣ୍ଡା, ଜଳନ୍ଦାର ମିର୍ଗାନ ଗୋପାଳ ହରିଜନ, ରାଜିମ ହରିଜନ, ଦୈତାରୀ ମିର୍ଗାନ, ବିଚିତ୍ର ମିର୍ଗାନ, ସତୀଶ ନାୟକ, ସୁତମ ହରିଜନ, ଦୁର୍ଯ୍ୟୋଧନ ହରିଜନ, ହରିବନ୍ଧୁ ମିର୍ଗାନ ଓ ଅନ୍ୟମାନେ ଏହି କାମକୁ ବନ୍ଦ କରିବାକୁ ଅନୁରୋଧ କଲେ। ଆଜି ଅପରାହ୍ନ 2ଘଣ୍ଟା ସମୟରେ ଏହା ପରେ ମଧ୍ୟ ସେ ରାସ୍ତା କୁ ଖୋଳି ଦେଇଛି। ଫଳରେ ହରିଜନ ସାହିକୁ ଯିବା ଆସିବ ପାଇଁ ନାହିଁ ନଥିବା ସମସ୍ୟା ଭଗୁଛନ୍ତି ସାହି ବାସିନ୍ଦା ଏବଂ ଗ୍ରାମବାସୀ। ଈଶ୍ୱର ହରିଜନ ବେଆଇନ ଭାବେ ଏଭଳି କାର୍ଯ୍ୟ କରୁଥୁବାରୁ ଏହି ଘଟଣା ବିଷୟରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଲେ ଗ୍ରାମ ବାସି ଏବଂ କିଛି ଦିନ ପୂର୍ବରୁ ତହସିଲଦାରଙ୍କୁ ମଧ୍ୟ ଜଣାଇଥିବା ସୂଚନା ଦେଲେ ଗ୍ରାମବାସି। ଏହି ଘୋଟଣା ବିଷୟରେ ଜାଣିବା ପାଇଁ ସ୍ଥାନୀୟ ତହସିଲଦାର ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରିଲା ନାହିଁ। ବର୍ତ୍ତମାନ ଜିଲ୍ଲାପ୍ରଶାସନ ଏହାର କିଭଳି ସମାଧାନ କରୁଛି ଦେଖିବାକୁ ବାକି ରହିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!