ନୂଆଦିଲ୍ଲୀ ,୦୬/୦୬: ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚେନାବ ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚରେ ଅବସ୍ଥିତ ଚେନାବ ରେଳ ପୋଲ । ଏହାର ଦୈର୍ଘ୍ୟ ୧.୩୧୫ ମିଟର । ୪୬୭ ମିଟର ତୋରଣ ସ୍ପାନ୍ ଉପରେ ଅବସ୍ଥିତ । ଏହି ସେତୁ ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାର କାଉରି ଓ ବକ୍ଲାଲ ଅଞ୍ଚଳକୁ ସଂଯୋଗ କରିବ । ଏଥି ସହିତ ଭାରତୀୟ ରେଳ ବିଭାଗ ଦ୍ବାରା ଅଞ୍ଜିଠାରେ ନିର୍ମିତ ପ୍ରଥମ କେବଲ୍ ବ୍ରିଜ୍ ମଧ୍ୟ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାର ଉଚ୍ଚତା ୧୯୩ ମିଟର, ଦୈର୍ଘ୍ୟ ୭୨୫ ମିଟର ଥିବା ବେଳେ ୨୯୦ ମିଟର ମେନ ସ୍ପାନ୍ ରହିଛି । ଆଜି ବିଶ୍ବର ସବୁଠାରୁ ଉଚ୍ଚ ଚେନାବ ରେଳ ସେତୁର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରେସନ ସିନ୍ଦୂର ପରେ ଆଜି ପ୍ରଥମ ଥର ଜମ୍ମୁ-କାଶ୍ମୀର ଗସ୍ତ କରି ପ୍ରଧାନମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ବିଶ୍ବର ସବୁଠାରୁ ଉଚ୍ଚ ରେଳ ସେତୁ। ଏହି ଐତିହାସିକ ସେତୁ କେବଳ କାଶ୍ମୀର ଉପତ୍ୟକାକୁ ସମଗ୍ର ଭାରତ ସହିତ ସଂଯୋଗ କରିବ ନାହିଁ, ବରଂ ଏହି ଅଞ୍ଚଳରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଶିଳ୍ପ ବିକାଶକୁ ଏକ ନୂଆମୋଡ ଦେବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର।ଏହି ସେତୁ ପ୍ୟାରିସର ପ୍ରସିଦ୍ଧ ଆଇଫେଲ୍ ଟାୱାର ଠାରୁ ୩୫ ମିଟର ,କୁତୁବ ମୀନାର ଠାରୁ ପ୍ରାୟ ୨୮୭ ମିଟର ଉଚ୍ଚ। ଯାହାକୁ ବହୁ ଅତ୍ୟାଧୁନିକ ଇଂଜିନିୟରିଂ ଢାଞ୍ଚାରେ ନିର୍ମାଣ କରାଯାଇଅଛି ଯାହା ଭୂକମ୍ପ ଭଳି ସ୍ଥିତିରେ ସୁରକ୍ଷିତ ରହିବ। ସେହିଭଳି ସାମରିକ ଋଣନୀତି ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅସ୍ତ୍ରଶସ୍ତ୍ର ପରିବହନକୁ ସହଜ ଓ ସରଳ କରିବ।ଏହି ସେତୁ ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚତାରେ ରହିଛି। ଏହାର ଲମ୍ବ ରହିଛି ୧୩୧୫ ମିଟର। ନିର୍ମାଣରେ ଖର୍ଚ୍ଚ କରାଯାଇଛି ୧୪୮୬ କୋଟି। ‘ଚେନାବ ରେଳ ସେତୁ’ ଯୋଗୁଁ, କଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା ସମୟ ୩ ଘଣ୍ଟା ହ୍ରାସ ପାଇବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |