ଭୁବନେଶ୍ୱର,୬ା୬: ଚାଷୀଙ୍କ ୧୨ଘଣ୍ଟିଆ ବିନିକା ବନ୍ଦ ପାଳନ । ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । ଫଳରେ ରାମପୁର ସହରରେ ଦୋକାନ ବଜାର ବନ୍ଦ ରହିଛି । ବୀମା ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ବିନିକା-ବରପାଲି ମୁଖ୍ୟ ରାସ୍ତା ଅବରୋଧ ହୋଇଥିବାରୁ ଗାଡି ସବୁ ଅଟକି ରହିଛି । ଦୀର୍ଘ ଦିନ ଦାବି କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |