ଭୁବନେଶ୍ବର ଲୋୟର ପିଏମଜିରେ ଶିକ୍ଷକଙ୍କ ରଣହୁଙ୍କାର

ଭୁବନେଶ୍ବର,୬।୬:  ଚାକିରି ନିୟମିତ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ଦାବି ପାଇଁ ରାଜରାସ୍ତାରେ ଗର୍ଜୁଛନ୍ତି । ସରକାର ଉଠାନ୍ତୁ ଠିକା ବ୍ୟବସ୍ଥା । କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ କରନ୍ତୁ ନିୟମିତ । କୁନିକୁନି ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ସରକାରଙ୍କ ଅନୁମତି ପାଇଥିବା ଏ ଗୁରୁମାନେ ପ୍ରଥମ ଥର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।ଚାକିକି ନିୟମିତ କରାନଯିବାରୁ ଭୁବନେଶ୍ବର ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । 2 ଦଫା ଦାବି ନେଇ ଧାରଣା ଦେଇଛନ୍ତି କନିଷ୍ଠ ଶିକ୍ଷକ ବୃନ୍ଦ ।ହାତରେ ଚକ୍ ବଦଳରେ ପ୍ଲାକାର୍ଡ, ଶିକ୍ଷାଦାନ ପରିବର୍ତ୍ତେ ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଦୀର୍ଘ ଦିନ ଧରି ଶିକ୍ଷାଦାନ କରି ଆସୁଥିବା କନିଷ୍ଠ ଶିକ୍ଷକଙ୍କୁ ବର୍ତ୍ତମାନ ନିୟମିତ କରାନଯିବା କାରଣରୁ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ କନିଷ୍ଠ ଶିକ୍ଷକ । ଏନେଇ ଭୁବନେଶ୍ବର ଲୋୟର ପିଏମଜିରେ ରଣହୁଙ୍କାର ଦେଉଛନ୍ତି କନିଷ୍ଠ ଶିକ୍ଷତ ବୃନ୍ଦ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!