ନବରଙ୍ଗପୁର,,୨୨।୬ :- ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ମୈଦଲପୁର ଲ୍ୟାମ୍ପସ ରେ ହେରଫେର ଓ ଅନିୟମିତତା ହେବା ନେଇ ଲ୍ୟାମ୍ପସର ୫ ଜଣ ଡାଇରେକ୍ଟର ଗତ ତା ୧୬.୦୬.୨୫ ରିଖ ସୋମବାର ଦିନ ସାମ୍ୱାଦିକ ଙ୍କୁ କୌଣସି ଲିଖିତ ଭାବେ ନଜଣାଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଅନୁରୋଧ ରକ୍ଷା କରି ସମସ୍ତ ସାମ୍ୱାଦିକ ଖବର ସଂଗ୍ରହ କରିବା ପାଇଁ ଉକ୍ତ ସମ୍ମିଳନୀ ରେ ଉପସ୍ଥିତ ରହିଥିଲେ । ପରେ ଉକ୍ତ ସାମ୍ୱାଦିକ ସମ୍ମିଳନୀ ର ଖବର କିଛି ଗଣମଧ୍ୟାମ ପ୍ରକାଶିତ ହେବା ସହ କିଛି ଗଣ ମାଧ୍ୟମ ରେ ପ୍ରକାଶ ନହେବା ହେତୁ ଡାଇରେକ୍ଟର ମହେଶ୍ୱର ବାଗ ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆପତ୍ତିଜଜନକ ମନ୍ତବ୍ୟ ଦେବା ସହ ସମାଲୋଚନା କରିବା ଓ ଅଶାଳୀନ ମନ୍ତବ୍ୟ ତାଙ୍କ ଫେସବୁକ୍ ପେଜ ରେ ପୋଷ୍ଟ କରି ସାମ୍ୱାଦିକ ଙ୍କୁ ତାଛଲ୍ୟ କରିଥିଲେ ।ଉକ୍ତ ପୋଷ୍ଟ୍ ରେ ଶ୍ରୀ ବାଗ ସାମ୍ବାଦିକ ଙ୍କୁ କିଣା ସାମ୍ବାଦିକ, ଲୋଭାଶକ୍ତ, ଶସ୍ତା ସାମ୍ବାଦିକ ବୋଲି ବହୁ କଟୁ ମନ୍ତବ୍ୟ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସାମ୍ୱାଦିକ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ସମାଜରେ ସାମ୍ବାଦିକତାକୁ ଖୁର୍ଣ୍ଣ କରିବା ସହ ସମ୍ମାନ ହାନି ହୋଇଛି | ଏନେଇ ଆଜି ପାପଡାହାଣ୍ଡି ପ୍ରେସ କ୍ଲବ ସଭାପତି ଏନ ଜନାର୍ଦ୍ଦନ ରାଓ ଙ୍କ ସଭାପତିତ୍ୟ ରେ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନା ଙ୍କୁ ଏକ ଲିଖିତ ଏତଲା ଦିଆଯାଇଛି । ଏଣୁ ଦୋଷୀ ଙ୍କ ବିରୋଧ ରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ୱାଦିକ ସପ୍ନଜିତ ପଟ୍ଟନାୟକ , ସୁଜିତ୍ ନାୟକ , ଆକାଶ ବିଷୋୟୀ , କୈଳାସ ଚନ୍ଦ୍ର ବିଷୋୟୀ , ପ୍ରବୀଣ ସତନାମି , ଗୌତମ ଅଗ୍ରୱାଲ,ସନ୍ତୋଷ ସାହୁ ,ନିର୍ମଳ ବିଷୋୟୀ , ଅନିଲ ଭତ୍ରା, ସନ୍ତୋଷ ପାଣିଗ୍ରାହୀ, ଗୁଫରାନ , କିଶୋର ବିଷୋୟୀ , ବିଜୟ ବିଷୋୟୀ ,ସୀତାକାନ୍ତ ବିଷୋୟୀ, ରାମ , ନନ୍ଦ କୁମାର ବିଷୋୟୀ , ରବୀନ୍ଦ୍ର ପାଲ ପ୍ରମୁଖ ଅଭିଯୋଗ କରିଛନ୍ତି ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |