ମେଦନା ରେ ବିକାଶ ବାହନ ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର,,୨୨।୬ :ଓଡିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିକାଶ ବାହନ ଯାତ୍ରା ଗୁରୁବାର ମେଦନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ପର୍ଶୁରାମ ମାଝୀ , ସମ୍ମାନୀୟ ଅତିଥି ବ୍ଲକ ଅଧ୍ୟକ୍ଷା ଵୀଣା ମାଝୀ , ସରପଞ୍ଚ ସୁମିତ୍ରା ମାଝୀ, ଭାଜପା ର ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଯୋଗାଣ ନିରିକ୍ଷକ ସିପ୍ରା ସାମଲ, ଅଙ୍ଗନୱାଡି ସୁପରଭାଇଜର , ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ , ମେଦନା ରାଜସ୍ୱ ନିରିକ୍ଷକ ଅମିତ ଭକ୍ତ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଡି ପ୍ରସାଦ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ସମେତ ବିଭିନ୍ନ ବିଭାଗୀୟ ଅଧକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଗ୍ରାମର ଭଦ୍ର ବ୍ୟକ୍ତି ଓ ଜନପ୍ରତିନିଧି ଏବଂ ଗ୍ରାମବାସି ମାନେ ଉପସ୍ଥିତ ଥିଲେ । ଏଥିରେ ସରକାର ଙ୍କ ବିଭିନ୍ନ ବିଭାଗରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବିଷୟରେ ଲୋକଙ୍କୁ ଏଲଇଡି ମାଧ୍ୟମରେ ଅବଗତ କରାଯାଉଛି | ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଚାଲିଥିବା ସରକାର ଙ୍କ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ |ଏଥିରେ ଜବ୍ କାର୍ଡ , ୫ ଜଣ ହିତାଧୀକାରୀ ଙ୍କୁ ପେନସନ କାର୍ଡ ଓ ଅନ୍ତଦୟ ଗୃହ ଯୋଜନା ରେ ୫ ଜଣ ହିତାଧୀକାରୀ ଙ୍କୁ କାର୍ଯ୍ୟପତ୍ର ବଣ୍ଟନ କରାଯାଇଥିଲା |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!