ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୨।୬: -ରାଜ୍ୟରେ ବିଜେଡି ଶାସନ ସତ୍ତାରେ ଥିବା ବେଳେ କିଛି ଦଳୀୟ ପ୍ରତିନିଧି ଓ ବରିଷ୍ଠ କର୍ମୀ ନିଜ କ୍ଷମତାର ଦୁରୁପ ଯୋଗ କରି ସରକାରୀ ଜମି ସବୁରେ ମାଡିବସି କେଉଁଠି କୋଠା, କେଉଁଠି ଷ୍ଟାଲ ତ ଆଉ କେଉଁଠି ଆଉ କଣ ସବୁ ନିର୍ମାଣ କରି ଚାଲିଥିଲେ |ସ୍ଥାନୀୟ ଜନତା ଯେତେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ଅଭିଯୋଗ ଶୁଣିବାକୁ କେହି ନଥିଲେ, ଓଲଟା ସେମାନଙ୍କୁ ଡରେଇ ଧମକାଇ ଚୁପ ରଖୁଥିଲେ |ବିଜେଡି ନେତାମନ୍ତ୍ରୀଙ୍କ ଗୁଣ୍ଡାରାଜକୁ ଭୟକରି ସାଧାରଣ ଲୋକେ ମୁହଁ ଖୋଲିବାକୁ ଭୟ କରୁଥିଲେ |ହେଲେ ରାଜ୍ୟରେ ବିଜେପି ସରକାର ଶାସନକୁ ଆସୁଆସୁ ଏବେ ସବୁ ଗୁମର ଧୀରେ ଧୀରେ ଖୋଲିବାକୁ ବସିଛି |ଏମିତି କିଛି ଗୁମର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ବି ବାହାରିଛି |ବିଜେପି ସରକାର ଶାସନକୁ ଆସିବାପରେ ସ୍ଥାନୀୟ ଲୋକ ନିର୍ଭୟରେ ସରକାରୀ ଜମି ହଡପ କରାଯିବ, ସରକାରୀ ଜମି ଉପରେ ବେନିୟମ ଭାବେ ଷ୍ଟଲ, କୋଠା ନିର୍ମାଣ କରିବା ଆଦି ଅଭିଯୋଗ ଜିଲ୍ଲାପାଳଙ୍କୁ ବାରମ୍ବାର ଦେବା ପରେ ଜିଲ୍ଲାପାଳ ମଧ୍ୟ ବର୍ତ୍ତମାନ ଆକ୍ସନ ମୁଡ଼ରେ ଥିବା ଜଣାପଡିଛି |କିଛି ବିଜେଡି ନେତା ନିଜ କ୍ଷମତାର ଦୁରୁପ ଯୋଗ କରି ଯେଉଁ ଯେଉଁ ସରକାରୀ ଜାଗା ସବୁ ମାଡି ବସିଥିଲେ, ସେସବୁ ଜାଗା ଗୁଡିକୁ ଚିହ୍ନଟ କରି ତା ଉପରେ ନିର୍ମିତ କୋଠା, ଷ୍ଟଲ ଆଦିକୁ ଭାଙ୍ଗିଦେବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଏକ ନୋଟିସ ହୋଇଥିବା ସୂଚନା ମିଳିଛି |ବର୍ତ୍ତମାନ ଦେଖିବାକୁ ବାକି ରହିଲା ରାଜସ୍ବ ବିଭାଗ କେବେ ପଦକ୍ଷେପ ନେଉଛି ଓ ଦୋଷୀ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ଦେଖିବାକୁ ଚାହିଁ ରହିଛନ୍ତି ଜନତା ଜନାର୍ଦ୍ଦନ,ତାହା ସମୟକୁ ଅପେକ୍ଷା?
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |